ରାହୁଲଙ୍କ ଇସ୍ତଫା ପରେ ୱାୟନାଡରୁ ନିର୍ବାଚନ ଲଢିବେ ପ୍ରିୟଙ୍କା
ରାୟବରେଲିରୁ ସାଂସଦ ରହିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । କେରଳର ୱାୟନାଡ ଲୋକସଭା ଆସନରୁ ଇସ୍ତଫା ଦେଇପାରନ୍ତି ରାହୁଲ । ତେବେ ରାହୁଲ ଇସ୍ତଫା ଦେବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଆଉ ଏକ ବଡ଼ ଘୋଷଣା କରି କହିଛନ୍ତି, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ୱାୟନାଡରୁ ନିର୍ବାଚନ ଲଢିବେ।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ୨୦୨୪ ଲୋକ ସଭା ନିର୍ବାଚନରେ କେରଳର ୱାୟନାଡରୁ ଏବଂ ଉତ୍ତରପ୍ରଦେଶର ରାଏବରେଲି ଆସନରୁ ନିର୍ବାଚନ ଲଢି ଜିତିଥିଲେ। ଆଇନ ଅନୁଯାୟୀ ତାଙ୍କୁ ଗୋଟିଏ ଆସନ ଛାଡିବାକୁ ପଡିବ। ସୋମବାର ଖାର୍ଗେ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି , ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନରୁ ଇସ୍ତଫା ଦେବେ। ଏଥିସହ ପ୍ରିୟଙ୍କା ଗାନ୍ଧୀ ବର୍ତ୍ତମାନ କେରଳର ୱାୟନାଡ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ନିଷ୍ପତ୍ତି ନିଆଯାଇଛି।
ନିକଟରେ ରାହୁଲ ଗାନ୍ଧି ତାଙ୍କ ନିର୍ବାଚନ ମଣ୍ଡଳୀ ୱାୟନାଡ ଗସ୍ତ କରି ଭୋଟରଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ସମୟରେ ସେ କହିଥିଲେ, କେଉଁ ସିଟ୍ ରେ ରହିବେ ଓ କେଉଁ ସିଟ୍ ଛାଡ଼ିବେ ସେ ଦ୍ୱନ୍ଦ୍ୱରେ ଅଛନ୍ତି। ମୁଁ ଆଶା କରୁଛି ଯେ ସମସ୍ତେ ଯାହା ନିଷ୍ପତ୍ତି ନେବେ ସେଥିରେ ଖୁସି ହେବେ।
Powered by Froala Editor