ଆଧାର କାର୍ଡ ଆପଣଙ୍କୁ ପଠାଇପାରେ ଜେଲ
ନୂଆଦିଲ୍ଲୀ: ଆଧାରକାର୍ଡ ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍। ଯାହା ସବୁ ସ୍ଥାନରେ ବ୍ୟବହାର ହୋଇଥାଏ। ନୂଆ ଚାକିରୀ ହେଉ କିମ୍ବା ନୂଆ ସ୍କୁଲରେ ନାମ ଲେଖାଇବା ଅଥବା ଟ୍ରେନ୍ , ବିମାନ ଟିକେଟ୍ କିମ୍ବା କୌଣସି ସରକାରୀ ଏବଂ ବେସରକାରୀ କାମ ପାଇଁ ହେଉ ସବୁଠି ଲୋଡା ପଡେ ଆଧାର କାର୍ଡ। କିନ୍ତୁ ଆପଣମାନେ ଜାଣିଛନ୍ତି କି, ଏହି ଆଧାର କାର୍ଡ ଆପଣଙ୍କୁ ଜେଲ ପଠାଇପାରେ। ହଁ ଆଜ୍ଞା ଯଦି ଆଧାର କାର୍ଡ ସହ ଭୁଲ ସିମ୍ କାର୍ଡ ନମ୍ବର ଲିଙ୍କ୍ ରହିଛି। ତେବେ ଆପଣଙ୍କୁ ଜେଲ ଯିବାକୁ ପଡିବ। ଏପରି ପରିସ୍ଥିତିରେ, ଭୁଲ ସିମ୍ କାର୍ଡ ନମ୍ବର ଆପଣଙ୍କ ଆଧାର କାର୍ଡରେ ପଞ୍ଜିକୃତ ହୋଇଛି କି ନାହିଁ ଆଜି ହିଁ ଯାଞ୍ଚ କରନ୍ତୁ। ଯଦି ଆପଣ ନିଜ ଆଧାର କାର୍ଡରେ ଅନ୍ୟ କାହାରି ସିମ୍ କାର୍ଡ ନମ୍ବର ଦେଇଛନ୍ତି, ତେବେ ତୁରନ୍ତ ଅନଲାଇନ୍ ରେ ଏହାକୁ ବଦଳାନ୍ତୁ। ନଚେତ୍ ଆପଣଙ୍କୁ ଏହା ଅସୁବିଧାରେ ପକାଇବ। କାରଣ ଯଦି ଆଧାର ସହ ଲିଙ୍କ୍ ଥିବା ମୋବାଇଲ ନମ୍ବର ରେ କୌଣସି ଅପରାଧିକ କାର୍ଯ୍ୟକଳାପ ଘଟେ, ତେବେ ଆପଣଙ୍କୁ ଜେଲ୍ କିମ୍ବା ଜରିମାନା ଦେବାକୁ ପଡିବ।
Powered by Froala Editor