ହୃଦଘାତ ପାଇଁ କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟାକୁ ଦାୟୀ କଲେ ଶ୍ରେୟାସ
କୋଭିଡ ପରେ ହୃଦଘାତ ମାମଲା ବଢିଥିବା ଅଭିଯୋଗ ହୋଇଆସୁଛି। ଏହାର ମୁଖ୍ୟ କାରଣ ଭାବେ କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟାକୁ ଦାୟୀ କରାଯାଉଛି। ନିକଟରେ ବ୍ରିଟେନର ଏକ କୋର୍ଟରେ ମଧ୍ୟ କୋଭିସିଲ୍ଡ ଟିକା ପ୍ରସ୍ତୁତକାରୀ କମ୍ପାନୀ ସ୍ୱୀକାର କରିଛି ଯେ, ଟିକାର ବିରଳ ପାର୍ଶ୍ୱପ୍ରତିକ୍ରିୟା ରହିଛି। ଏହାରି ମଧ୍ୟରେ ବଲିଉଡ ଅଭିନେତା ଶ୍ରେୟାସ ତଲପଡେ ନିଜ ହୃଦଘାତ ପାଇଁ କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟାକୁ ଦାୟୀ କରିଛନ୍ତି।
Lehren Retro ସହ ସାକ୍ଷାତକାର ସମୟରେ ତଲପଡେ କହିଛନ୍ତି, ୨୦୨୩ ଡିସେମ୍ବର ୧୪ ତାରିଖରେ ହଠାତ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ତେଣୁ ତାଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା ପରେ ତଲପଡ଼େ ହୃତଘାତର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ହସ୍ପିଟାଲରେ କିଛିଦିନ ଚିକିତ୍ସିତ ହେବାପରେ ଅଭିନେତା ଘରକୁ ଫେରି ଆସିଥିଲେ। ଏହାପର ଠାରୁ ଡାକ୍ତର କହିଥିବା ସମୟ ଅନୁସାରେ ଶ୍ରେୟସ ତଲପଡେ ଔଷଧ ସେବନ କରୁଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି।
କିନ୍ତୁ ସେହି ସମୟରେ ମଧୁମେହ, ରକ୍ତଚାପ ଏସବୁ ନଥିଲା, ତଥାପି ମୋତେ କାହିଁକି ହୃଦଘାତ ଆସିଥିଲା, ଏହାର କାରଣ କଣ ହୋଇପାରେ ବୋଲି ତଲପଡେ କହିଛନ୍ତି। ଏହା ପଛରେ ନିଶ୍ଚିତ ରୂପେ କୋଭିଡ କିମ୍ବା କୋଭିଡ ଟିକାର ପାର୍ଶ୍ୱପ୍ରତିକ୍ରିୟା ରହିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, କାରଣ ଆମେ ପ୍ରକୃତରେ ଜାଣି ନାହୁଁ ଯେ ଆମ ଶରୀରକୁ କଣ ନେବା ଉଚିତ୍ ବୋଲି ସେ କହିଛନ୍ତି।
Powered by Froala Editor