ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲକୁ ମନୋନୀତ ହେଲା ‘ପ୍ରତୀକ୍ଷା ଓ ଦମନ’
ଦୀର୍ଘ ଦିନ ପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଆସିଛି ଖୁସି ଖବର । ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର 'ଦମନ' ଓ 'ପ୍ରତୀକ୍ଷା' ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନୀତ ହୋଇଛି।
ମେ' ୧ରୁ ଜୁନ୍ ୨ ପର୍ଯ୍ୟନ୍ତ ଏହି ଫେଷ୍ଟିଭାଲ ନ୍ୟୁୟର୍କର ଭିଲେଜ ଇଷ୍ଟ ବାଏ ଆଞ୍ଜେଲିକାରେ ଅନୁଷ୍ଠିତ ହେବ। ୟୁନାଇଟେଡ୍ ଷ୍ଟେଟ୍ସରେ ଏହା ସବୁଠୁ ବଡ଼ ଫିଲ୍ମ ଫେଷ୍ଟିଭାଲ। ଓଡ଼ିଆ ସିନେମାକୁ ୮୯ ବର୍ଷ ହୋଇଥିବା ବେଳେ ଏଭଳି ଖବର ସିନେପ୍ରେମୀଙ୍କ ପାଇଁ ଏକ ବଡ଼ ଭେଟି । ପ୍ରଥମ ଥର ପାଇଁ ଦୁଇଟି ଓଡ଼ିଆ ସିନେମା ଏହି ଫେଷ୍ଟିଭାଲ ନିମନ୍ତେ ମନୋନୀତ ହୋଇଥିବାରୁ ସବୁଠି ଖୁସିର ଲହରି ଖେଳିଯାଇଛି।
Powered by Froala Editor