ମହାଶିବରାତ୍ରିରେ ରାତି ୧୨ଟାରେ କରନ୍ତୁ ଏହି ମନ୍ତ୍ର ଜପ, ଶୀଘ୍ର ହେବ ଫଳପ୍ରାପ୍ତି
୮ ମାର୍ଚ୍ଚରେ ମହାଶିବରାତ୍ରି । ଏହି ଦିନ ଶିବଭକ୍ତ ମାନେ ଉପବାସ କରିବା ସହ ସ୍ୱତନ୍ତ୍ର ପୂଜାପାଠ କରିଥାନ୍ତି । ଏହି ଦିନ ପୂଜାପାଠ, ମନ୍ତ୍ର ଜପ କଲେ ସବୁ ସମସ୍ୟା ଦୂର ହୋଇଥାଏ । ତେବେ ଏଥର ମହାଶିବରାତ୍ରିରେ ରାତି ୧୨ଟାରେ ଏକ ମନ୍ତ୍ର ଜପ କଲେ ଆପଣଙ୍କ ଜୀବନରେ ଥିବା ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ଜ୍ୟୋତିଷମାନେ ମତବ୍ୟକ୍ତ କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ଏହି ପ୍ରତିକାର କଣ ଏବଂ ମନ୍ତ୍ର ଜପ କିପରି କରିବେ ।
ମହାଶିବରାତ୍ରୀ ଦିନ ଏକ ଦୁରୁଦୁରା ଫୁଲ ତୋଳିକି ଆଣନ୍ତୁ । ସେହି ଫୁଲକୁ ରାତି ୧୨ଟାରେ ଆପଣଙ୍କ ଘର ପାଖରେ ଥିବା କୌଣସି ଏକ ଶିବ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ । ଏହାପରେ ମନ୍ଦିର ବାହାରେ ବସି ‘ଶ୍ରୀ ଶିବାୟ ନମସ୍ତୁଭୟଂ’ ମନ୍ତ୍ର ଜପ କରନ୍ତୁ । ଅଧଘଣ୍ଟା ଧରି ଦୁରୁଦୁରୁରା ଫଲକୁ ଶିବଲିଙ୍ଗ ଉପରେ ରଖି ମନ୍ତ୍ର ଜପ କରିବା ପରେ ଫୁଲକୁ ନେଇ ଘରକୁ ଆସନ୍ତୁ । ଏହାପରେ ଫୁଲକୁ ନାଲି କପଡାରେ ବାନ୍ଧି ନିକ ନିଜ ଘରେ ଟଙ୍କା ରଖୁଥିବା ସ୍ଥାନ, ବ୍ୟବସାୟ ସ୍ଥାନ ଏବଂ ଚାଷ କରୁଥିବା ସ୍ଥାନରେ ରଖିବେ । ଦେଖିବେ ଆପଣଙ୍କ ଜୀବନରେ ଥିବା ସବୁ ସମସ୍ୟାର ସମାଧାନ ଖୁବ ସହଜରେ ହୋଇଯିବ । ଏହି ମନ୍ତ୍ରପାଠ ଆପଣ ଯେକୌଣସି ଶିବରାତ୍ରିରେ କରିପାରିବେ । ହେଲେ ମହାଶିରାତ୍ରିରେ କରିବା ଦ୍ୱାରା ଶୀଘ୍ର ଫଳ ପ୍ରାପ୍ତି ହେବ ।
Powered by Froala Editor