ପିଲାଙ୍କୁ କ୍ଷୀର ସହ ବିସ୍କୁଟ ଖାଇବାକୁ ଦେଉଥିଲେ ହୋଇଯାଆନ୍ତୁ ସାବଧାନ
ପିଲାମାନଙ୍କୁ ଖାଦ୍ୟ ଦେବା ସମୟରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ।ଅନେକ ସମୟରେ ଆପଣ ନଜର କରିଥିବେ ଅଧିକାଂଶ ନିଜ ପିଲାଙ୍କୁ କ୍ଷୀର ସହ ବିସ୍କୁଟ ଖାଇବାକୁ ଦେଇଥାଆନ୍ତି। ପିଲାମାନେ ମଧ୍ୟ ଏହାକୁ ଖାଇବାକୁ ପସନ୍ଦ କରିଥାଆନ୍ତି।
ମାତ୍ର ପିଲାଙ୍କୁ କ୍ଷୀର ସହ ବିସ୍କୁଟ ଖାଇବାକୁ ଦେବା ଦ୍ୱାରା ଏହାର କୌଣସି ଲାଭ ମିଳିନଥାଏ। ଜାଣନ୍ତୁ ପିଲାଙ୍କୁ କେଉଁ କାରଣରୁ କ୍ଷୀର ସହ ବିସ୍କୁଟ ଖାଇବାକୁ ଦେବା ଉଚିତ୍ ନୁହେଁ..
ବିଶେଷଜ୍ଞଙ୍କ ମତାନୁସାରେ କ୍ଷୀର ସହ ବିସ୍କୁଟ ଏକାସହ ଖାଇବା ଦ୍ୱାରା ଶରୀରକୁ କାହାର ମଧ୍ୟ ପୋଷକ ତତ୍ତ୍ୱ ମିଳିପାରିନଥାଏ।
କ୍ଷୀର ସହ ବିସ୍କୁଟ ଏକାସହ ଖାଇବା ଦ୍ୱାରା ଶରୀରରେ କାର୍ବୋହାଇଡ୍ରେଟର ମାତ୍ରା ବୃଦ୍ଧି ହୋଇଥାଏ। ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ। ବିସ୍କୁଟ ତିଆରି କରିବା ପାଇଁ ମଇଦା, ଚିନି ସହ ଅନ୍ୟାନ୍ୟ ଜିନିଷ ବ୍ୟବହାର କରାଯାଏ। ଏସବୁ ଜିନିଷରେ ଫାଇବରର ମାତ୍ରା ଖୁବ୍ କମ୍ ଥାଏ। ଫଳରେ ପିଲାଙ୍କର ପେଟ ଜନିତ ଓ ବଦହଜମି ସମସ୍ୟା ଦେଖାଦେଇଥାଏ।
ବିସ୍କୁଟରେ ଚିନି ମାତ୍ରା ଅଧିକ ଥାଏ। ଏହାକୁ କ୍ଷୀର ସହ ଖାଇବା ଦ୍ୱାରା ପେଟ ଠିକ୍ରେ ଭର୍ତ୍ତି ହେବା ଭଳି ଅନୁଭବ ହୋଇନଥାଏ।
ବିସ୍କୁଟ ତିଆରି ପାଇଁ ଅନ୍ୟ କେତେକ ଜିନିଷ ବ୍ୟବହାର ହୋଇଥାଏ,ଯାହା କ୍ଷୀର ସଂସ୍ପର୍ଶରେ ଆସିବ ପରେ ପିଲାଙ୍କ କ୍ଷେତ୍ରରେ ଏଲର୍ଜିର ସମସ୍ୟା ଦେଖାଦେଇଥାଏ।
Powered by Froala Editor