Paytmର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ଇସ୍ତଫା
Paytmର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଇସ୍ତଫା ଦେଇଛନ୍ତି। ସେ Paytm ପେମଣ୍ଟସ ବ୍ୟାଙ୍କର ଚେୟାରମ୍ୟାନ ପଦ ଛାଡ଼ିଛନ୍ତି। ଆର୍ ବିଆଇ ବ୍ୟାଙ୍କକୁ ନୂଆ ଗ୍ରାହକ ଯୋଡ଼ିବା ଏବଂ ଋଣ ଦେବା ଉପରେ ରୋକ୍ ଲଗାଇଥିଲା। ବ୍ୟାଙ୍କର କେୱାଇସି ପ୍ରକ୍ରିୟାରେ ତ୍ରୁଟି ଯୋଗୁଁ ଏହି ନିଷେଧାଦେଶ ଜାରି କରାଯାଇଥିଲା । ମାର୍ଚ୍ଚ ୧୫ ପରେ Paytm କାମ କରିବ ନାହିଁ ବୋଲି ଆରବିଆଇ ଘୋଷଣା କରିଥିଲା। ଏହି ସମୟସୀମା ପାଖେଇ ଆସୁଥିବା ବେଳେ ବିଜୟ ଶେଖର ଶର୍ମା ଇସ୍ତଫା ଦେଇଛନ୍ତି।
ପେଟିଏମର ମୂଳ କମ୍ପାନି ଓ୍ଵାନ୍-୯୭ କମ୍ୟୁନିକେସନ୍ ଲିମିଟେଡ୍ (ଓସିଏଲ୍) ସୋମବାର ଏକ ନିୟାମକ ଫାଇଲିଂରେ କହିଛି ଯେ ପେଟିଏମ୍ ପେମେଣ୍ଟବ୍ୟାଙ୍କ ଲିମିଟେଡ୍ (ପିପିବିଏଲ୍) ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଶ୍ରୀନିବାସନ ଶ୍ରୀଧରଙ୍କ ନିଯୁକ୍ତି ସହିତ ଏହାର ବୋର୍ଡ ଅଫ୍ ଡାଇରେକ୍ଟର୍ସର ପୁନର୍ଗଠନ କରିଛି। ନବଗଠିତ ବୋର୍ଡରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଦେବେନ୍ଦ୍ରନାଥ ଷଡ଼ଙ୍ଗୀ, ବ୍ୟାଙ୍କ ଅଫ୍ ବରୋଦାର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶୋକ କୁମାର ଗର୍ଗ ଓ ଅବସରପ୍ରାପ୍ତ ଆଇଏଏସ୍ ରଜନୀ ସେଖରୀ ସିବଲଙ୍କୁ ସାମିଲ କରାଯାଇଛି। ନିକଟରେ ସେ ଜଣେ ସ୍ୱାଧୀନ ନିର୍ଦ୍ଦେଶକ ଭାବେ ବ୍ୟାଙ୍କରେ ଯୋଗ ଦେଇଥିଲେ।
Powered by Froala Editor