ପୁଦିନା କମାଇବ ଘୁଙ୍ଗୁଡି ସମସ୍ୟା....

ଅନେକ ଲୋକେ ଶୋଇବା ସମୟରେ ଖୁବ୍ ଜୋରରେ ଘୁଙ୍ଗୁଡି ମାରିଥାଆନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ..
ପୁଦିନା ପତ୍ରର ତେଲକୁ ଉଷୁମ ପାଣିରେ ପକାଇ ଗାର୍ଗେଲ୍ (ଗଳଗଳ)କରନ୍ତୁ।
ଏହାକୁ ନିୟମିତ କରିବା ଦ୍ୱାରା ଘୁଙ୍ଗୁଡି ସମସ୍ୟା କମ୍ ହୋଇଥାଏ।
ପୁଦିନାପତ୍ରର ଚା’ ତିଆରି କରି ମଧ୍ୟ ପିଇପାରିବେ। ଏହା ମଧ୍ୟ ଲାଭଦାୟକ।
ଏକ ଗ୍ଲାସ ପାଣିରେ ଅଳ୍ପ କିଛି ଡାଲଚିନି ଗୁଣ୍ଡ ମିଶାନ୍ତୁ। ଏହାକୁ ପିଅନ୍ତୁ। ଏହା ମଧ୍ୟ ଘୁଙ୍ଗୁଡି ସମସ୍ୟାକୁ ଦୂର କରିଥାଏ।
ରାତିରେ ଶୋଇବା ପୂର୍ବରୁ ଗୋଟିଏ ରସୁଣ ଖାଇ ଅଳ୍ପ ଉଷୁମ ପାଣି ପିଅନ୍ତୁ।
Powered by Froala Editor