ଏଣିକି ଟ୍ରେନ୍ ଯାତ୍ରାବେଳେ ସ୍ୱିଗିରୁ ଖାଦ୍ୟ ଅର୍ଡର କରିପାରିବେ
ଟ୍ରେନରେ ଏବେ ଆପଣ ପ୍ରିୟ ଖାଦ୍ୟ ଅର୍ଡର କରି ଖାଇପାରିବେ । କାରଣ ଆଇଆରସିଟିସି ପକ୍ଷରୁ ସ୍ୱିଗି ସହ ବୁଝାମଣା ହୋଇଛି । ଯାହାଫଳରେ ଏଣିକି ଇ-କ୍ୟାଟରିଂ ପୋର୍ଟାଲ ମାଧ୍ୟମରେ ଯାତ୍ରୀଙ୍କ ଦ୍ୱାରା ବୁକ୍ ହେଉଥିବା ପ୍ରି-ଅର୍ଡର ଖାଦ୍ୟ ବିତରଣରେ ସ୍ୱିଗି ମଧ୍ୟ ଯୋଡି ହୋଇଛି ।
ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ (ଆଇଆରସିଟିସି) କହିଛି ଯେ, ସେ ଫୁଡ୍ ଡେଲିଭରୀ ସ୍ବିଗି ସହିତ ଏକ ଚୁକ୍ତି କରିଛି। ଏହି ଚୁକ୍ତି ରେଲଓ୍ବେ ଫୁଡ୍ ଡେଲିଭରୀକୁ ନେଇ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୪ଟି ରେଳ ଷ୍ଟେସନରେ ଏହି ସେବା ଉପଲବ୍ଧ ହେବ । ୪ଟି ଷ୍ଟେସନ ହେଉଛି ବେଙ୍ଗାଲୁରୁ, ଭୁବନେଶ୍ୱର, ବିଜୟୱାଡା ଏବଂ ବିଶାଖାପାଟନମ୍ । ପ୍ରଥମ ପର୍ଯ୍ୟାୟରେ ଖାଦ୍ୟ ବିତରଣ ସଫଳ ହେବା ପରେ ଏହି ସେବାଗୁଡିକ ଅନ୍ୟ ଷ୍ଟେସନରେ ମଧ୍ୟ ଉପଲବ୍ଧ କରାଯିବ ।
Powered by Froala Editor