ମଲ୍ଲିକାର୍ଜୁନ ଖଡଗେଙ୍କୁ ଜେଡ-ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ମିଳିଲା ଜେଡ-ପ୍ଲସ ସୁରକ୍ଷା । କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିର ରିପୋର୍ଟରେ ଖଡଗେଙ୍କ ପ୍ରତି ବିପଦ ଆଶଙ୍କା ଥିବା ଜଣାପଡିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଖଡଗେଙ୍କ ସୁରକ୍ଷା ବଢାଇଛି । ଏବେ ଖଡଗେଙ୍କୁ କେନ୍ଦ୍ରୀୟ ବଳ ସୁରକ୍ଷା ଯୋଗାଇବ । CRPF ତାଙ୍କୁ ସୁରକ୍ଷା କଭର ଯୋଗାଇବ । Z+ ସୁରକ୍ଷା ହେଉଛି ସର୍ବୋଚ୍ଚ ସ୍ତରର ସୁରକ୍ଷା ବ୍ୟବସ୍ଥା । ପ୍ରଧାନମନ୍ତ୍ରୀଙ୍କୁ ଏସପିଜି କଭର ପରେ ସରକାର ସେହି ବିଶିଷ୍ଟ ବ୍ୟକ୍ତି ବ୍ୟକ୍ତିଙ୍କୁ ଏହି ସ୍ତରର ସୁରକ୍ଷା ପ୍ରଦାନ କରନ୍ତି, ଯାହାଙ୍କ ଜୀବନ ପ୍ରତି ବିପଦ ରହିଛି ।
ଏହି ସୁରକ୍ଷା ବଳୟରେ CRPF କମାଣ୍ଡୋଙ୍କ ସହିତ ୫୫ ଜଣ ପାରାମଲିଟାରୀ ଫୋର୍ସ ଯବାନ ଓ ପୋଲିସ କର୍ମୀ ଅନ୍ତର୍ଭୁକ୍ତ ରହିବେ । ଏହି ସୁରକ୍ଷା କଭର ମଧ୍ୟରେ ବୁଲେଟ୍ ପ୍ରୁଫ କାର ଓ ତିନୋଟି ସିଫ୍ଟରେ ଏସକର୍ଟ ମଧ୍ୟ ଅନ୍ତର୍ଭୁକ୍ତ ରହିବ । ଯାହା ସମ୍ପୃକ୍ତ ବ୍ୟକ୍ତିଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ପ୍ରଦାନ କରିବ ।
Powered by Froala Editor