Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, October 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଲୁପ୍ତପ୍ରାୟ ସ୍ଲୋ ଲୋରିସ୍‌ ଚିହ୍ନଟ, ...

  • ଆଣ୍ଟୋନେଲ ୟୁଏସ୍‌ ଗ୍ରାଁ ପ୍ରି ବିଜେତା

  • ରାହୁଲ ଗାନ୍ଧୀଙ୍କ କାରକେଡ୍ ...

  • ନୂଆ ଡ୍ରାଇଭିଂ ଲାଇସେନ୍ସ କରାଇବାକୁ ...

  • ଆଇନରେ ବଡ଼ ପରିବର୍ତ୍ତନ: ରାସ୍ତାରେ ...

  • 'ମୋଦୀ କା ବାପ ଭି ଜାଏଗା’ ଏମିତି କାହିଁକି ...

  • ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ: ୧୨ବର୍ଷର ...

  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ...

  • ପାକିସ୍ତାନରେ ଗ୍ୟାସ ଦର ଆକାଶଛୁଆଁ, ୭ ହଜାର ...

  • ଡିଏ ବୃଦ୍ଧି ଘୋଷଣା ନେଇ ଆସିଲା ଏହି ଖବର ...

ରାଜ୍ୟ
Home ›› ରାଜ୍ୟ ››ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି: ରାଜନାଥ

ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି: ରାଜନାଥ

2024-02-22 05:53:22
14154
Share:
Facebook
Twitter
E-Mail
WhatsApp
Telegram
ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି: ରାଜନାଥ

ଭୁବନେଶ୍ୱର: ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି । ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ହେବା ଦରକାର ବୋଲି  ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଏହି ଅବସରରେ ସେ ପ୍ରଥମେ ନବରଙ୍ଗଠାରେ ଅନୁଷ୍ଠିତ ଦଳୀୟ ସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଛନ୍ତି ।

ସେ କହିଛନ୍ତି ଯେ ଓଡ଼ିଶା ସହ ମୋର ଭାବନାତ୍ମକ ସମ୍ପର୍କ ରହିଛି । କଂଗ୍ରେସ ସରକାରବେଳେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ । ଭାରତ ସୁରକ୍ଷା ଯାତ୍ରା ମୁଁ ଓଡ଼ିଶାରୁ ଆରମ୍ଭ କରିଥିଲି । ସେତେବେଳେ ଆତଙ୍କବାଦ, ନକ୍ସଲବାଦ ଓ ଆତଙ୍କ ସର୍ବତ୍ର ରହିଥିଲା । ଆଜି ଆତଙ୍କବାଦ କେଉଁଠି ରହିଛି, ଆପଣମାନେ ସମସ୍ତେ ଜାଣିଛନ୍ତି । ପୁଲୱମା ଘଟଣା ପରେ ମୁହଁତୋଡ଼ ଜବାବ ଦିଆଯାଇଛି ।  ଏବେ ନକ୍ସଲବାଦ କେବଳ କିଛି ଜିଲ୍ଲାରେ ସୀମିତ ରହିଛି । ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି । ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ହେବା ଦରକାର ବୋଲି ରାଜନାଥ ସିଂହ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ମୋଦୀଙ୍କ ସନେ୍ଦଶ ନେଇ ପ୍ରତି କାର୍ୟ୍ୟକର୍ତ୍ତା ଲାଭାର୍ଥୀଙ୍କ ପାଖକୁ ଯାଆନ୍ତୁ । ସବୁ ଲାଭାର୍ଥୀଙ୍କୁ ମୋଦୀ ଦେଉଥିବା ସୁବିଧା ସୁଯୋଗ ମିଳିବା ଦରକାର ବୋଲି ରାଜନାଥ ସିଂ କହିଛନ୍ତି । 

ଏହାଛଡ଼ା ସେ କହିଛନ୍ତି ଯେ ବିଜେପି ଏକମାତ୍ର ଦଳ ଯିଏ ଯାହା କୁହେ ତାହା କରେ । ବିଶ୍ୱସନୀୟତା ସଙ୍କଟକୁ ମୋଦୀ ଚ୍ୟାଲେଞ୍ଜଭାବେ ନେଇଛନ୍ତି । ଯାହା ଘୋଷଣାପତ୍ରରେ କହିଥିଲୁ, ସବୁ ପୂରଣ କରିଛୁ । କହିଥିଲୁ ୩୭୦ ଧାରା ଉଠାଇବୁ, ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଠାଇଲୁ । ତିନ ତଲାକ ଉଠାଇବୁ କହିଥିଲୁ, ଆମେ ଆମ କଥା ରକ୍ଷା କଲୁ ।ଆମେ ରାଜନୀତି କରୁଛୁ କେବଳ ଦେଶ ଗଠନ ପାଇଁ ।  କଂଗ୍ରେସ ଲମ୍ବା ସମୟ ଧରି କେବଳ ଦେଶବାସୀଙ୍କୁ ଧୋକା ଦେଇଛି । ବିଶେଷ କରି ଗରିବ ଲୋକଙ୍କୁ କଂଗ୍ରେସ ଧୋକା ଦେଇଛି । ସେମାନଙ୍କ ସହ ବିଶ୍ୱାସଘାତକତା କରିଛି । ମୋଦୀ ଆସିବା ପରେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି । ୧୧କୋଟି ଲୋକଙ୍କୁ ଶୌଚାଳୟ ଓ ୪ କୋଟି ଲୋକଙ୍କୁ ପକ୍କାଘର ମିଳିଛି । ଓଡ଼ିଶାରେ ୩୦ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି । କଂଗ୍ରେସ ସରକାରରେ ୧୭ ବର୍ଷରେ ୧୮ ହଜାର କିମି ରାସ୍ତା ହୋଇଥିଲା । ଗତ ୧୦ ବର୍ଷରେ ମୋଦୀ ସରକାର ୩୦ ହଜାର କିମି ରାସ୍ତା କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳୁଛି । ଓଡ଼ିଶା ସହ ଆମ ସରକାର ଭେଦଭାବ କରିନି । ଏଠାରେ ମେଡିକାଲ କଲେଜ ଓ ଇଞ୍ଜିନିୟରିଂ କଲେଜ ବଢିଛି । ଜନତାଙ୍କ ସେବା କରିବା ଆମ ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର ଉଦେ୍ଧଶ୍ୟ ।

ପ୍ରକାଶ ଯେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ନବରଙ୍ଗପୁରରୁ ପୁଣି ଜଗଦଲପୁର ବିମାନବନ୍ଦରକୁ ଫେରିବେ । ସେଠାରୁ ହେଲିକପ୍ଟରରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିବେ ରାଜନାଥ । ରଙ୍ଗେଇଲୁଣ୍ଡାରୁ ବ୍ରହ୍ମପୁରକୁ ଯାଇ ବିଜେପି ସମ୍ମିଳନୀରେ ଯୋଗ ଦେବେ । ବ୍ରହ୍ମପୁର ସଭା ସାରି ସେ ମୟୂରଭଞ୍ଜର ଅମର୍ଦ୍ଦା ରୋଡ୍‌ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ । ସେଠାରୁ ବାରିପଦା ଷ୍ଟାଡିୟମ ଅଭିମୁଖେ ବାହାରିବେ । ଷ୍ଟାଡିୟମରେ ଏକ ବିଶାଳ ଜନସଭାକୁ ସେ ସମ୍ବୋଧିତ କରିବେ । ବିଜେପି କାର୍ୟକର୍ତ୍ତାଙ୍କୁ ମଧ୍ୟ ଭେଟି ଆଲୋଚନା କରିବାର କାର୍ୟ୍ୟକ୍ରମ ଅଛି । ଏହାପରେ ସେ ମୟୂରଭଞ୍ଜରୁ ଦିଲ୍ଲୀକୁ ଫେରିଯିବେ ।

Powered by Froala Editor

Tags Rajnath singh

Related articles Odisha News Lens 4.1

  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ,  ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ
    ବିଶେଷ

    ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    15515
    Oct 26, 2026
  • ଆଣ୍ଟୋନେଲ ୟୁଏସ୍‌ ଗ୍ରାଁ ପ୍ରି ବିଜେତା
    ଖେଳ ଖବର

    ଆଣ୍ଟୋନେଲ ୟୁଏସ୍‌ ଗ୍ରାଁ ପ୍ରି ବିଜେତା

    13934
    Oct 26, 2026
  • ବିଲୁପ୍ତପ୍ରାୟ ସ୍ଲୋ ଲୋରିସ୍‌ ଚିହ୍ନଟ, ୧୯୩୦ ଦଶକରୁ ଗାଏବ ହୋଇଯାଇଥିଲେ
    ଦେଶ-ଦେଶାନ୍ତର

    ବିଲୁପ୍ତପ୍ରାୟ ସ୍ଲୋ ଲୋରିସ୍‌ ଚିହ୍ନଟ, ୧୯୩୦ ଦଶକରୁ ଗାଏବ ହୋଇଯାଇଥିଲେ

    15248
    Oct 26, 2026
  • ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ: ୧୨ବର୍ଷର ଯାତ୍ରାକୁ ‘ତୀର୍ଥଯାତ୍ରା’ ବୋଲି ଅଭିହିତ ...
    ଦେଶ-ଦେଶାନ୍ତର

    ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ: ୧୨ବର୍ଷର ଯାତ୍ରାକୁ ‘ତୀର୍ଥଯାତ୍ରା’ ବୋଲି ଅଭିହିତ ...

    14098
    Oct 26, 2026
  • ପାକିସ୍ତାନରେ ଗ୍ୟାସ ଦର ଆକାଶଛୁଆଁ, ୭ ହଜାର ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର
    ଦେଶ-ଦେଶାନ୍ତର

    ପାକିସ୍ତାନରେ ଗ୍ୟାସ ଦର ଆକାଶଛୁଆଁ, ୭ ହଜାର ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର

    13560
    Oct 25, 2026
  • 'ମୋଦୀ କା ବାପ ଭି ଜାଏଗା’ ଏମିତି କାହିଁକି କହିଲେ ଖାର୍ଗେ ଜାଣନ୍ତୁ......
    ଦେଶ-ଦେଶାନ୍ତର

    'ମୋଦୀ କା ବାପ ଭି ଜାଏଗା’ ଏମିତି କାହିଁକି କହିଲେ ଖାର୍ଗେ ଜାଣନ୍ତୁ......

    14154
    Oct 26, 2026
  • ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ

    15196
    Oct 26, 2026
  • ଆଇନରେ ବଡ଼ ପରିବର୍ତ୍ତନ: ରାସ୍ତାରେ ଭଙ୍ଗାରୁଜା କଲେ, ମାତାପିତା ନିଜ ପକେଟରୁ କରିବେ ...
    ଦେଶ-ଦେଶାନ୍ତର

    ଆଇନରେ ବଡ଼ ପରିବର୍ତ୍ତନ: ରାସ୍ତାରେ ଭଙ୍ଗାରୁଜା କଲେ, ମାତାପିତା ନିଜ ପକେଟରୁ କରିବେ ...

    15140
    Oct 26, 2026
  • ନୂଆ ଡ୍ରାଇଭିଂ ଲାଇସେନ୍ସ କରାଇବାକୁ ଚାହୁଁଥିଲେ, ଜାଣି ରଖନ୍ତୁ ଏହିସବୁ ନିୟମ....
    ଦେଶ-ଦେଶାନ୍ତର

    ନୂଆ ଡ୍ରାଇଭିଂ ଲାଇସେନ୍ସ କରାଇବାକୁ ଚାହୁଁଥିଲେ, ଜାଣି ରଖନ୍ତୁ ଏହିସବୁ ନିୟମ....

    15385
    Oct 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ: ୧୨ବର୍ଷର ଯାତ୍ରାକୁ ‘ତୀର୍ଥଯାତ୍ରା’ ବୋଲି ଅଭିହିତ କଲେ ମୋଦୀ

    14098
    Oct 26, 2026
  • ଦେଶ-ଦେଶାନ୍ତର

    'ମୋଦୀ କା ବାପ ଭି ଜାଏଗା’ ଏମିତି କାହିଁକି କହିଲେ ଖାର୍ଗେ ଜାଣନ୍ତୁ......

    14154
    Oct 26, 2026
  • ଦେଶ-ଦେଶାନ୍ତର

    ପାକିସ୍ତାନରେ ଗ୍ୟାସ ଦର ଆକାଶଛୁଆଁ, ୭ ହଜାର ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର

    13560
    Oct 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17220
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17914
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17860
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18281
    Sep 06, 2023

ବିଶେଷ

  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    15515
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14685
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15571
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15732
    Oct 23, 2026
  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    15102
    Oct 18, 2026

ବାଣିଜ୍ୟ

ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

ଦୀପାବଳିର ଠିକ୍ ପୂର୍ବରୁ ସୁନା ଦରରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି । ଚଳିତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ପାଖାପାଖି ୪% ଖସିଛି । ଏହି ୪ ମାସରେ ସୁନାର ଏହା ସର୍ବବୃହତ୍ ହ୍ରାସ । ଅଶୋଧିତ ତୈଳ ଦରରେ ବୃଦ୍ଧି, ଦରଦାମ ଚିନ୍ତା ଏବଂ କଡ଼ା ମୁଦ୍ରାନୀତି ଆଶଙ୍କା ଯୋଗୁ ସୁନା ଆଉନ୍ସ ପିଛା ୪,୦୦୦ ଡଲାର ପର୍ଯ୍ ...

  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    15118
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14809
    Oct 23, 2026
  • ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୪୦ ଡଲାର ଛୁଇଁବ

    15241
    Oct 22, 2026
  • ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିଲା

    14425
    Oct 21, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଡିଏ ବୃଦ୍ଧି ଘୋଷଣା ନେଇ ଆସିଲା ଏହି ଖବର ଜାଣନ୍ତୁ.....

    13657
    Oct 25, 2026
  • ଆଣ୍ଟୋନେଲ ୟୁଏସ୍‌ ଗ୍ରାଁ ପ୍ରି ବିଜେତା

    13934
    Oct 26, 2026
  • 'ମୋଦୀ କା ବାପ ଭି ଜାଏଗା’ ଏମିତି କାହିଁକି କହିଲେ ଖାର୍ଗେ ଜାଣନ୍ତୁ......

    14154
    Oct 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In