ଜମ୍ମୁ ଗସ୍ତରେ ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ ଗସ୍ତ କରିବେ । ସେଠାରେ ମୌଲାନା ଆଜାଦ ଷ୍ଟାଡିମୟରେ ଆୟୋଜିତ ଏକ ଜନସମ୍ବୋଧନ କାର୍ୟ୍ୟକ୍ରମରେ ଯୋଗ ଦେବା ସହ ୩୨ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବାର କାର୍ୟ୍ୟକ୍ରମ ରହିଛି ।
ଏହି ପ୍ରକଳ୍ପ ଗୁଡ଼ିକ ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ସଡ଼କ, ବିମାନ, ପେଟ୍ରୋଲିୟମ ଭଳି ଲୋକମାନଙ୍କ ବିକାଶ ସହ ସମ୍ବନ୍ଧିତ ପ୍ରକଳ୍ପ ଅଟେ । ଏହି କାର୍ୟ୍ୟକ୍ରମ ସମୟରେ ମୋଦି ଜମ୍ମୁ- କାଶ୍ମୀରେ ପାଖାପଖି ୧୫୦୦ ନବନିଯୁକ୍ତ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବେ । ଏଥିସହ 'ବିକଶିତ ଭାରତ ବିକଶିତ ଜମ୍ମୁ' କାର୍ୟ୍ୟକ୍ରମ ଦ୍ୱାରା ଉପକୃତ ହୋଇଥିବା ବିଭିନ୍ନ ହିତାଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ । ଏହି ସମୟରେ ଭର୍ଚୁଆଲ ମାଧ୍ୟମରେ ଦେଶରେ ୩ଟି ନୂତନ IIMର ଉଦଘାଟନ କରିବେ । ସେଗୁଡିକ ହେଲା ଆଇଆଇଏମ ଜମ୍ମୁ, ଆଇଆଇଏମ ବୋଧଗୟା ଓ ଆଇଆଇଏମ ବିଶାଖାପାଟଣା । ଆଉ ମଧ୍ୟ ଦେଶରେ ୨୦ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଓ ୧୩ଟି ନୂତନ ନବୋଦୟ ବିଦ୍ୟାଳୟର ମଧ୍ୟ ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି ।
Powered by Froala Editor