ଟିକା ନନଲେ ବ୍ଲକ କରିଦିଆଯିବ ସିମ କାର୍ଡ
ନୂଆଦିଲ୍ଲୀ : କରୋନାକୁ ମାତ ଦେବା ପାଇଁ ସାରା ବିଶ୍ୱରେ ଟିକାକରଣ ଅଭିଯାନକୁ ଜୋରଦାର କରାଯାଉଛି । ତେବେ ଭାରତ ସମେତ ଅଧିକାଂଶ ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଟିକା ନେବାକୁ ଏବେ ବି ଲୋକେ ମଙ୍ଗୁନାହାନ୍ତି । ତେବେ ଟିକା ନନଲେ ସିମ କାର୍ଡ ବ୍ଲକ କରିଦିଆଯିବ ବୋଲି ଚେତାବନୀ ଦିଆଯିବା ଘଟଣା ବି ସାମନାକୁ ଆସିଛି । ଟିକା ନେବାକୁ କୁଣ୍ଠାବୋଧ କରୁଥିବା ବ୍ୟକ୍ତିବିଶେଷଙ୍କର ‘ସିମ୍ କାର୍ଡ’ ବ୍ଲକ୍ କରି ଦିଆଯିବ ବୋଲି ପାକିସ୍ତାନ ଅନ୍ତର୍ଗତ ପଞ୍ଜାବର ପ୍ରାଦେଶିକ ସରକାର ଚେତାବନୀ ଦେଇଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ ୟାସ୍ମିନ୍ ରଶିଦଙ୍କ ଅଧ୍ୟକ୍ଷତାରେ ଲାହୋରରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ଫେବ୍ରୁଆରି ୨ରେ ପାକିସ୍ତାନରେ ଟିକାକରଣ ଅଭିଯାନ ପ୍ରାରମ୍ଭରେ ପ୍ରଥମ ଡୋଜ୍ ଟିକା ନେଇଥିବା ପ୍ରାୟ ୩ ଲକ୍ଷ୍ୟ ବ୍ୟକ୍ତି ୨ୟ ଡୋଜ୍ ଟିକା ନେବାକୁ ଆସିନାହାନ୍ତି।
Powered by Froala Editor