ସିମେଣ୍ଟ ବୋଝେଇ ଟ୍ରକ ଓ କାର ମଧ୍ୟରେ ଦୁର୍ଘଟଣା, ୬ ମୃତ
ଚେନ୍ନାଇ: ତାମିଲନାଡୁର ଟେଙ୍କାଶି ଜିଲ୍ଲା ଅନ୍ତର୍ଗତ ପୁଲିଆଙ୍ଗୁଡି ଠାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ସିମେଣ୍ଟ ବୋଝେଇ ଟ୍ରକ ଓ କାର ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରବିବାର ସକାଳ ସମୟରେ ତାମିଲନାଡୁର ଟେଙ୍କାଶି ଜିଲ୍ଲା ଅନ୍ତର୍ଗତ ପୁଲିଆଙ୍ଗୁଡି ଠାରେ ଏକ ସିମେଣ୍ଡ ବସ୍ତା ବୋଝେଇ ଟ୍ରକ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ କାର ମଧ୍ୟରେ ଥିବା ଡ୍ରାଇଭର ସମେତ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । କାରରେ ଥିବା ଜଣେ ଜୀବନ ମରଣ ସହ ସଂଘର୍ଷ କରୁଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ପୁଲିଆଙ୍ଗୁଡି ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୬ରେ ପହଞ୍ଚିଛି ।
ରବିବାର ଭୋର ସମୟ ପାଖାାପାଖି ୩ଟା ୩୦ ସୁଦ୍ଧା କାରଟି କୋର୍ଟାଲ୍ଲାମରୁ ପୁଲିଆଙ୍ଗୁଡି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପୁଲିଆଙ୍ଗୁଡି ନିକଟ ପୁନ୍ନାଇୟାପୁରମ ଓ ସିଙ୍ଗିଲିପଟ୍ଟି ମଝିରେ କାର ଡ୍ରାଇଭରଟି ଗାଡି ଚଳାଉଥିବା ଶୋଇପଡିଥିବା କୁହାଯାଉଛି । ଯେଉଁଥିପାଇଁ ଟ୍ରକଟି ଆସୁଥିବା ବେଳେ କାରଟି ଆସି ଟ୍ରକକୁ ଧକ୍କା ଦେଇ ଓ କିଛି ଦୂର ଯାଏ ଛିଟିକି ପଡିଥିଲା । ଟ୍ରକଟି କେରଳରୁ ସିମେଣ୍ଟ ନେଇ ଆସୁଥିବା ଜଣାପଡିଛି ।
ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ପୁଲିଆଙ୍ଗୁଡି ଅଞ୍ଚଳର ହୋଇଥିବା ଜଣାପଡିଛି । ଟେଙ୍କାସୀ ଜିଲ୍ଲାର ପୁଲିଆଙ୍ଗୁଡିର ଭଗବତୀ ଆମମାନ ମନ୍ଦିର ଛକ ଅଞ୍ଚଳର କାର୍ତ୍ତିକ, ଭେଲ ମନୋଜ, ସୁବ୍ରମଣି, ମନୋକରଣ ଏବଂ ବୋଥିରାଜଙ୍କ ସମେତ ୬ ଜଣ ବ୍ୟକ୍ତି ଗତକାଲି ରାତିରେ ପୁଲିଆଙ୍ଗୁଡି ଠାରେ ବାଲାସୁବ୍ରମଣ୍ୟ ସ୍ୱାମୀ ମନ୍ଦିର ମହୋତ୍ସବରେ ଅଂଶଗ୍ରହଣ କରିଥିଲେ ଏବଂ ପରେ କୋର୍ଟଲାମ ଜଳପ୍ରପାତକୁ ଯାଇଥିଲେ। ପୋଲିସ ସୂଚନା ଅନୁଯାୟୀ, ଯେ ଏହି ଦୁର୍ଘଟଣା କୋର୍ଟକୁଲାମରୁ ନିଜ ସହରକୁ ଫେରିବା ବାଟରେ ଘଟିଛି ।
ଦୁର୍ଘଟଣା ନେଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ସ୍ଥାନୀୟ ତିରୁନେଲ୍ଭେଲି ସରକାରୀ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।
Powered by Froala Editor