Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, November 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ...

  • ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ ...

  • ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ...

  • ୬ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ...

  • ଜାନୁଆରୀ ୨୫ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ...

  • ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ...

  • ବଦ୍ରିନାଥ ଧାମରୁ ଡେରାଡୁନର ସହସ୍ରଧାରା ...

  • ମୋଦୀଙ୍କୁ ନେଇ ଏମିତି ବୟାନ ଦେଲେ ଅମିତ ଶାହ

  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୫୦୦ ବର୍ଷର ଅପେକ୍ଷାର ଅନ୍ତଃ ଘଟିଲା, ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେଲା ଆଜିର ଦିନ

୫୦୦ ବର୍ଷର ଅପେକ୍ଷାର ଅନ୍ତଃ ଘଟିଲା, ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେଲା ଆଜିର ଦିନ

2024-01-22 10:42:53
13770
Share:
Facebook
Twitter
E-Mail
WhatsApp
Telegram
୫୦୦ ବର୍ଷର ଅପେକ୍ଷାର ଅନ୍ତଃ ଘଟିଲା, ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେଲା ଆଜିର ଦିନ

ଅଯୋଧ୍ୟା: ଅଲୌକିକ ଏବଂ ଐତିହାସିକ ମୁହୂର୍ତ୍ତ । ଶେଷ ହେଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ୫୦୦ ବର୍ଷର ଅପେକ୍ଷାର ଅନ୍ତଃ ଘଟିଲା । ଏତେ ବର୍ଷର ଅପେକ୍ଷା ମାତ୍ର ୮୪ ସେକେଣ୍ଡରେ ସଂପନ୍ନ ହେଲା । ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେଲା ଆଜିର ଦିନ । ଯେଉଁ ସମୟକୁ ଅପେକ୍ଷା କରାଯାଇଥିଲା ସେହି ସମୟ ପହଞ୍ଚିଲା । ଭବ୍ୟ ଏବଂ ଦିବ୍ୟ ରାମ ମନ୍ଦିରରେ ବିରାଜମାନ କଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର । ମାହେନ୍ଦ୍ର ବେଳା ଓ ମାହାର୍ଘ୍ୟ ମୁହୂର୍ତ୍ତରେ ହେଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ।  ଏହା ସହିତ ସମଗ୍ର ବିଶ୍ୱ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ସେକେଣ୍ଡର ଶୁଭ ସମୟ ୧୨ଟା ୨ରୁ ଆରମ୍ଭ ହୋଇ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ଥିଲା । ଏହି ସମୟରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ନୀତି ସଂପନ୍ନ ପରେ ଦର୍ଶନ ଦେଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର । ହୀରା ଏବଂ ସୁନା ଅଳଙ୍କାର ପରିଧାନ କରିଛନ୍ତି ଶ୍ରୀ ରାମଲାଲା । ରାମଙ୍କ ମୁଖମଣ୍ଡଳକୁ ଦେଖି ବିଭୋର ଭକ୍ତ । କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିଛନ୍ତି । ଯଜମାନ ଭାବେ ଦାୟିତ୍ୱ ତୁଲାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୋମବାର ୧୧ଟା ସମୟରେ ଅଯୋଧ୍ୟାରେ ପହଞ୍ଚିବା ପରେ ରାମ ମନ୍ଦିରକୁ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ । ହାତରେ ପୂଜା ସାମଗ୍ରୀ ଧରି ଗର୍ଭଗୃହରେ ପ୍ରବେଶ କରିଥିଲେ । ପରେ ପ୍ରାଣ ପ୍ରତିଷ୍ଠା ପୂଜାର୍ଚ୍ଚନାରେ ଯଜମାନ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ସମୟରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦି ବେନ ମଧ୍ୟ ଉପସ୍ଥିତ ଥିଲେ । ଶୁଭ ମୂହୁର୍ତ୍ତରେ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ପ୍ରଧାନମନ୍ତ୍ରୀ ରାମଲାଲଙ୍କ ଆଖି ପଟି ଖୋଲିଥିଲେ । ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ପ୍ରଭୁ ରାମଚନ୍ଦ୍ରଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ପରେ ରମଚନ୍ଦ୍ରଙ୍କ ଚରଣରେ ପଦ୍ମ ଫୁଲ ରଖିବା ସହ ଜଳ ଅର୍ପଣ କରିଥିଲେ । ପ୍ରାଣ ପ୍ରତିଷ୍ଠା ଶେଷ ହେବା ପରେ ରାମଲାଲାଙ୍କ ଆଳତି ହୋଇଥିଲା । ପରେ ପରେ ରାମଙ୍କ ବିଗ୍ରହଙ୍କ ଚାରିପାଖରେ ବୁଲିବା ପରେ ପ୍ରଧାନମନ୍ତ୍ରୀ ଭୂମିରେ ଲୋଟି ପଡି ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ । ଏହା ସହିତ ସମସ୍ତ ରୀତିନୀତି ସମାପ୍ତ ହୋଇଥିଲା । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ହେଲିକପ୍ଟରରୁ ମନ୍ଦିର ଉପରେ ଫୁଲ ବର୍ଷା କରାଯାଇଥିଲା  । ୧୮ଟି ରାଜ୍ୟରୁ ଆସିଥିବା ବାଦ୍ୟଯନ୍ତ୍ର ମଧ୍ୟ ବଜାଯାଇଥିଲା ।
‘ପ୍ରାଣ ପ୍ରତିଷ୍ଠା’ ସମାରୋହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୧୧ ଦିନର ଉପବାସ ଭାଙ୍ଗିଥିଲେ । ଗୋବିନ୍ଦ ଦେବ ଗିରି ମହାରାଜ ତାଙ୍କୁ ‘ଚରଣାମୃତ’ (ରୀତିନୀତି ପାଇଁ ବ୍ୟବହୃତ କ୍ଷୀରରେ ତିଆରି ମିଠା ପାନୀୟ) ଖୁଆଇ ତାଙ୍କର ଉପବାସ ଭଙ୍ଗ କରାଇଥିଲେ ।  ମୋଦି ତାଙ୍କର ୧୧ ଦିନିଆ ଉପବାସକୁ ସଫଳତାର ସହ ସମାପ୍ତ କରିଥିବାରୁ ଗୋବିନ୍ଦ ଦେବ ଗିରି ମହାରାଜ ପ୍ରଧାନମନ୍ତ୍ରୀଙ୍କ ଭକ୍ତିକୁ ପ୍ରଶଂସା କରିଥିଲେ ।

ପରେ ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ସିୟାବର ରାମଚନ୍ଦ୍ର କି ଜୟରୁ ଭାଷଣ ଆରମ୍ଭ କରି ମୋଦି କହିଥିଲେ ଯେ ଆଜି ଆମର ରାମ ଆସିଗଲେ । ଆମ ରାମଲାଲା ଆଉ ଟେଣ୍ଟରେ ରହିବେ ନାହିଁ, ରାମଲାଲା ଏଣିକି ଦିବ୍ୟ ମନ୍ଦିରରେ ରହିବେ । ଏହି ମୁହୂର୍ତ୍ତ ଅତ୍ୟନ୍ତ ଅଲୌକିକ ଓ ପବିତ୍ର । ଶହ ଶହ ବର୍ଷର ଅପେକ୍ଷା ପରେ ଆମର ରାମ ଆସିଛନ୍ତି । ବଳିଦାନ ଏବଂ ଅନୁତାପ ପରେ ଆମର ରାମ ଆଯୋଧ୍ୟାରେ ପହଞ୍ଚିଛନ୍ତି । ୨୨ ଜାନୁଆରୀ ୨୦୨୪ର ଏହି ସୂର୍ଯ୍ୟ ଏକ ନୂତନ କିରଣ ଆଣିଛି । ଏହାଛଡ଼ା ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ମୁଁ ମଧ୍ୟ ପ୍ରଭୁ ଶ୍ରୀ ରାମଙ୍କୁ କ୍ଷମା ମାଗୁଛି । ଆମର ପ୍ରୟାସ, ବଳିଦାନ ଏବଂ ଅନୁତାପରେ କିଛି ଅଭାବ ରହିଯାଇଥିଲା ଯାହା ଏତେ ଶତାବ୍ଦୀ ଧରି ଆମେ କରି ପାରିଲୁ ନାହିଁ । ଆଜି ଏହି କାର୍ଯ୍ୟ ସମାପ୍ତ ହୋଇଛି । ମୋର ବିଶ୍ୱାସ ଯେ ଭଗବାନ ଶ୍ରୀ ରାମ ଆଜି ନିଶ୍ଚିତ ଭାବରେ ଆମକୁ କ୍ଷମା କରିବେ ବୋଲି ମୋଦି କହିଥିଲେ । 

Powered by Froala Editor

Tags Ram mandir

Related articles Odisha News Lens 4.1

  • ମୋଦୀଙ୍କୁ ନେଇ ଏମିତି ବୟାନ ଦେଲେ  ଅମିତ ଶାହ
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ନେଇ ଏମିତି ବୟାନ ଦେଲେ ଅମିତ ଶାହ

    15027
    Oct 30, 2026
  • ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ରାହୁଲଙ୍କ ନିବେଦନ
    ଦେଶ-ଦେଶାନ୍ତର

    ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ରାହୁଲଙ୍କ ନିବେଦନ

    15442
    Oct 30, 2026
  •  ୬ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ତଥା ଏସଆଇଆର ତାରିଖ ପରିବର୍ତ୍ତନ
    ଦେଶ-ଦେଶାନ୍ତର

    ୬ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ତଥା ଏସଆଇଆର ତାରିଖ ପରିବର୍ତ୍ତନ

    15077
    Oct 31, 2026
  • ଜାନୁଆରୀ ୨୫ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦେଶରେ କରାଯିବ ଜନଗଣନା
    ଦେଶ-ଦେଶାନ୍ତର

    ଜାନୁଆରୀ ୨୫ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦେଶରେ କରାଯିବ ଜନଗଣନା

    14039
    Oct 31, 2026
  • ଖିମଜୀ ଜୁଏଲର୍ସ  ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ...
    ବାଣିଜ୍ୟ

    ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ...

    13655
    Oct 31, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....
    ବିଶେଷ

    ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15411
    Oct 30, 2026
  • ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ କର୍ମଶାଳା- ଆଇଏପି ଓଡ଼ିପେଡିକନ୍‌ ୨୦୨୬ର ଏକ ...
    ବାଣିଜ୍ୟ

    ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ କର୍ମଶାଳା- ଆଇଏପି ଓଡ଼ିପେଡିକନ୍‌ ୨୦୨୬ର ଏକ ...

    13404
    Oct 31, 2026
  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ ...
    ବାଣିଜ୍ୟ

    ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ ...

    15366
    Oct 31, 2026
  • ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ସଫଳତାର ସହ ମହାକାଶକୁ ପ୍ରକ୍ଷେପଣ
    ଦେଶ-ଦେଶାନ୍ତର

    ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ସଫଳତାର ସହ ମହାକାଶକୁ ପ୍ରକ୍ଷେପଣ

    14689
    Oct 31, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ରାହୁଲଙ୍କ ନିବେଦନ

    15442
    Oct 30, 2026
  • ଦେଶ-ଦେଶାନ୍ତର

    ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ସଫଳତାର ସହ ମହାକାଶକୁ ପ୍ରକ୍ଷେପଣ

    14689
    Oct 31, 2026
  • ବାଣିଜ୍ୟ

    ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁନିଶ୍ଚିତ କରିଛି

    15366
    Oct 31, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17240
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17939
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17881
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18305
    Sep 06, 2023

ବିଶେଷ

  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15411
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14869
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    16061
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14989
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15725
    Oct 23, 2026

ବାଣିଜ୍ୟ

ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁନିଶ୍ଚିତ କରିଛି

ଭୁବନେଶ୍ୱର : ଯୁବ ସଶକ୍ତିକରଣ, ଗ୍ରାମୀଣ ବିକାଶ ଏବଂ ସ୍ଥାୟୀ ଜୀବିକା ସୃଷ୍ଟି ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ନିଜର ଲାଞ୍ଜିଗଡ ସ୍ଥିତ ବେଦାନ୍ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ଉତ୍ସବ ଅଫର ବର୍ଷା

    13655
    Oct 31, 2026
  • ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ କର୍ମଶାଳା- ଆଇଏପି ଓଡ଼ିପେଡିକନ୍‌ ୨୦୨୬ର ଏକ ପ୍ରାକ୍‌-ସମ୍ମିଳନୀ କର୍ମଶାଳା

    13404
    Oct 31, 2026
  • କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

    15173
    Oct 26, 2026
  • ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା

    16104
    Oct 26, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜାନୁଆରୀ ୨୫ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦେଶରେ କରାଯିବ ଜନଗଣନା

    14039
    Oct 31, 2026
  • ମୋଦୀଙ୍କୁ ନେଇ ଏମିତି ବୟାନ ଦେଲେ ଅମିତ ଶାହ

    15027
    Oct 30, 2026
  • ବଦ୍ରିନାଥ ଧାମରୁ ଡେରାଡୁନର ସହସ୍ରଧାରା ଫେରୁଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

    15203
    Oct 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In