୯୦୦କୋଟି କ୍ଲବରେ ସାମିଲ ହେଲା ‘ଆନିମଲ’
ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ’ଆନିମଲ’ ବକ୍ସ ଅଫିସରେ କମାଲ କରିଛି । ପଠାନକୁ ପଛରେ ପକାଇଛି ଆନିମଲ । ୨୦୨୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ମଧ୍ୟରେ ସର୍ବାଧିକ ରୋଜଗାର କରିଥିବା ୫ଟି ଫିଲ୍ମ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି । ଯଦିଓ ପୂର୍ବ ଅପେକ୍ଷା ଫିଲ୍ମର ଦୈନିକ ଆୟ କମ ହୋଇଛି। ହେଲେ ଅଳ୍ପ ଆୟ କରି କରି ତାଙ୍କ ଫିଲ୍ମ ଏବେ ୯୦୦କୋଟି ଆୟ କରିସାରିଲାଣି।
ଶାହାରୁଖ ଖାନଙ୍କ ଅଭିନୀତି ଫିଲ୍ମ ’ଜଓ୍ବାନ’ ଏକ ନମ୍ବର ସ୍ଥାନରେ ରହିଛି । ଜଓ୍ବାନ ୬୪୫ କୋଟି ରୋଜଗାର କରିଥିବାବେଳେ ଦ୍ବିତୀୟ ସ୍ଥାନରେ ଥିବା ଆନିମଲ ୫୫୦.୫୭ କୋଟି ଟଙ୍କା ଆଦାୟ କରିଛି । ତିନି ନମ୍ବରେ ପଠାନ ଏବଂ ଚତୁର୍ଥ ସ୍ଥାନରେ ଗଦର-୨ ରହିଛି ।
୨୦୨୩ରେ ରିଲିଜ ହୋଇଥିବା ଅନେକ ଫିଲ୍ମ ହିଟ ହୋଇଥିବାବେଳେ ଏହି ୫ ଫିଲ୍ମ ଅଧିକ ରୋଜଗାର କରିଛି । ସେପଟେ ଆନିମଲ ରିଲିଜ ହେବାର ଏକ ମାସ ହୋଇଗଲାଣି । ତଥାପି ଫିଲ୍ମର ଚାହିବା ରହିଛି ।
Powered by Froala Editor