ଦେଶରେ କରୋନା ନେଲା ୩୪୦୩ ଜୀବନ
ଭୁବନେଶ୍ୱର : ଦେଶରେ ଲଗାତର ଚତୁର୍ଥ ଦିନ ପାଇଁ କରୋନା ସଂକ୍ରମଣ ସଂଖ୍ୟା ୧ ଲକ୍ଷ ତଳେ ରହିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୯୧୭୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୪୦୩ ଜଣ ମୃତୁ୍ୟବରଣ କରିଛନ୍ତି । ଦେଶରେ ଏଯାବତ ୨ କୋଟି ୯୨ ଲକ୍ଷ ୭୪ ହଜାର ୮୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୃତୁ୍ୟ ସଂଖ୍ୟା ୩ ଲକ୍ଷ ୬୩ ହଜାର ୭୯ରେ ପହଁଚିଛି । ଗତକାଲି ବିହାରରେ ମୃତୁ୍ୟ ସଂଖ୍ୟାକୁ ନେଇ ଚର୍ଚ୍ଚା ହୋଇଥିଲା । ତଥ୍ୟ ଲୁଚାଉଥିବା ନେଇ ଅଭିଯୋଗ ଆସିବା ପରେ ହଠାତ ବିହାରର ମୃତୁ୍ୟ ସଂଖ୍ୟା ପ୍ରାୟ ୪ ହଜାର ବୃଦ୍ଧି ପାଇଥିଲା ।
ଅପରପକ୍ଷରେ ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୨୭୭, ବାଲେଶ୍ୱରରେ ୩୨୦, ବରଗଡ଼ରେ ୧୧୮, ଭଦ୍ରକରେ ୨୧୭, ବଲାଙ୍ଗୀରରେ ୪୧, ବୌଦ୍ଧରେ ୮୩, କଟକରେ ୫୫୭, ଦେବଗଡ଼ରେ ୧୪, ଢେଙ୍କାନାଳରେ ୧୩୭, ଗଜପତିରେ ୨୩, ଗଞ୍ଜାମରେ ୭୭, ଜଗତସିଂହପୁରରେ ୧୪୮, ଯାଜପୁରରେ ୩୯୪, ଝାରସୁଗୁଡ଼ାରେ ୨୭, କଳାହାଣ୍ଡିରେ ୪୮, କନ୍ଧମାଳରେ ୩୭, କେନ୍ଦ୍ରାପଡ଼ାରେ ୨୩୭, କେନ୍ଦୁଝରରେ ୧୧୫, ଖୋର୍ଦ୍ଧାରେ ୭୨୬, କୋରାପୁଟରେ ୧୨୭, ମାଲକାନାଗିରିରେ ୫୮, ମୟୂରଭଞ୍ଜରେ ୨୮୫, ନବରଙ୍ଗପୁରରେ ୧୮୬, ନୟାଗଡ଼ରେ ୧୩୨, ନୂଆପଡ଼ାରେ ୧୩, ପୁରୀରେ ୨୩୪, ସମ୍ବଲପୁରରେ ୬୬, ରାୟଗଡ଼ାରେ ୧୨୯, ସୋନପୁରରେ ୩୪, ସୁନ୍ଦରଗଡ଼ରେ ୨୫୧ ଓ ରାଜ୍ୟ ପୁଲରେ ୧୨୪ ଜଣ ସଂକ୍ରମିତ ହୋଇଛନ୍ତି ।
Powered by Froala Editor