ବ୍ରେନ୍ ଓ ହାର୍ଟକୁ କ୍ଷତି ପହଞ୍ଚାଉଛି ପ୍ଲାଷ୍ଟିକ ବୋତଲ ପାଣି, ହୋଇଯାଆନ୍ତୁ ସାବଧାନ!
ପ୍ଲାଷ୍ଟିକ ବୋତଲରେ ପାଣି ପିଉଥିଲେ ସାବଧାନ! ବର୍ତ୍ତମାନ ଏହି ବିଷୟରେ ଏକ ଚିନ୍ତାଜନକ ପ୍ରକାଶ ସାମ୍ନାକୁ ଆସିଛି । ଏକ ଗବେଷଣା ଅନୁଯାୟୀ, ବୋତଲରେ ପାଣିରେ ଲକ୍ଷ ଲକ୍ଷ ପ୍ଲାଷ୍ଟିକ ଖଣ୍ଡ ଅଛି । ଏସବୁ ଯୋଗୁ ଆମେ ପିଉଥିବା ପାଣି ଆମକୁ ଅସୁସ୍ଥ କରିପାରେ। ଏହି ଗବେଷଣାର ରିପୋର୍ଟ ‘ପ୍ରୋସିଡିଙ୍ଗସ ଅଫ ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସ’ରେ ପ୍ରକାଶିତ ହୋଇଛି।
ଗବେଷଣା ଅନୁଯାୟୀ, ପ୍ଲାଷ୍ଟିକ ବୋତଲରେ ଥିବା ୧ ଲିଟର ପାଣିରେ ରହିଛି ପାଖାପାଖି ୨ ଲକ୍ଷ ୪୦ ହଜାର କଣିକା। ଏହି ନାନୋପ୍ଲାଷ୍ଟିକ କଣିକାଯୁକ୍ତ ପାଣି ମଣିଷ ପିଇବା ଦ୍ବାରା ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ନାନୋପ୍ଲାଷ୍ଟିକ କଣିକା ମାଇକ୍ରୋପ୍ଲାଷ୍ଟିକ ତୁଳନାରେ ଅତି ସୂକ୍ଷ୍ମ ହୋଇଥିବାରୁ ଏହା ସହଜରେ ଶରୀରରେ ଖାଦ୍ୟନଳୀ ଏବଂ ଫୁସଫୁସ ଦେଇ ରକ୍ତକଣିକା ମଧ୍ୟକୁ ପ୍ରବେଶ କରିଥାଏ। ଆଉ ରକ୍ତକଣିକା ଦେଇ ଏହି ନାନୋ ପ୍ଲାଷ୍ଟିକ ହୃଦୟ ଏବଂ ମସ୍ତିସ୍କକୁ ମଧ୍ୟ ପ୍ରବେଶ କରେ ।
ତିନୋଟି ଜଣାଶୁଣା କମ୍ପାନୀର ବୋତଲ ଜଳ ଅଧ୍ୟୟନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଯଦିଓ ଏହି କମ୍ପାନୀଗୁଡିକର ନାମ ଘୋଷଣା କରାଯାଇ ନାହିଁ । ମାଇକ୍ରୋ ପ୍ଲାଷ୍ଟିକ ତୁଳନାରେ ନାନୋ ପ୍ଲାଷ୍ଟିକ କଣିକାର ପ୍ରଭାବ ପ୍ରାୟ ୧୦ରୁ ୧୦୦ ଗୁଣା ଅଧିକା। ଏହା ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ପ୍ରଭାବିତ କରିଥାଏ । ପୂର୍ବରୁ ପ୍ଲାଷ୍ଟିକ ବୋତଲରେ ଥିବା ପିଇବା ପାଣିରେ ଏହି ସବୁ କଣିକା ରହିଥିବା ନେଇ ସନ୍ଦେହ କରି ଆସୁଥିଲେ ବୈଜ୍ଞାନିକ ।
ତେବେ ଜ୍ଞାନକୌଶଳ ଅଭାବରୁ ଏହି ସବୁ ନାନୋପ୍ଲାଷ୍ଟିକ କଣିକୁ ଗୁଡିକୁ ଠାବ କରାଯାଇ ପାରିନଥିଲା। ଆମେରିକାରେ ହୋଇଥିବା ଏକ ଗବେଷଣାରେ ପ୍ଲାଷ୍ଟିକ ବୋତଲରେ ୯୦ ପ୍ରତିଶତ ନାନୋ ପ୍ଲାଷ୍ଟିକ ହୋଇଥିବାବେଲେ ୧୦ ପ୍ରତିଶତ ମାଇକ୍ରୋପ୍ଲାଷ୍ଟିକ ଥିବା ଜଣାପଡିଥିଲା । କିଛି ବର୍ଷ ମଧ୍ୟରେ ଖାଦ୍ୟ ସାମଗ୍ରୀରେ ପ୍ଲାଷ୍ଟିକର ଉପସ୍ଥିତି ଯୋଗୁଁ ଲୋକଙ୍କ ଚିନ୍ତା ବୃଦ୍ଧି ପାଇଛି।
Powered by Froala Editor