୨୨ରେ ପ୍ରସବ କରାଇବାକୁ ପ୍ରସୂତିଙ୍କ ଲମ୍ବା ଲିଷ୍ଟ, ଡାକ୍ତର ଦେଲେ ଏମିତି ପରାମର୍ଶ
ଅଯୋଧ୍ୟାରେ ପ୍ରତିଷ୍ଠା ହେବ ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର। ଏହି ଐତିହାସିକ ଦିନ ପାଇଁ ଚାଲିଛି ଜୋରସୋରରେ କାମ । ପ୍ରତ୍ୟେକ ବ୍ୟକ୍ତି ଏହି ଦିନକୁ ମନେ ରଖିବା ପାଇଁ କିଛି କରିବା ପାଇଁ ଚାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଯେଉଁ ମହିଳାମାନଙ୍କ ପ୍ରସବ ସମୟ ପାଖେଇ ଆସୁଛି ବା ଜାନୁଆରି ମାସର ଦ୍ବିତୀୟ ସପ୍ତାହ କି ଶେଷ ସପ୍ତାହ ଆଡକୁ ରହିଛି ସେମାନେ ଡାକ୍ତରଙ୍କୁ ବିଶେଷ ଅନୁରୋଧ କରି କହିଛନ୍ତି କି, ‘ଯଦି ସମ୍ଭବ ତେବେ ସେମାନଙ୍କ ପ୍ରସବ ଜାନୁଆରି ୨୨ ତାରିଖରେ କରାଇ ଦିଅନ୍ତୁ’।
ଗଣେଶ ଶଙ୍କର ବିଦ୍ୟାଧର ମେମୋରିଆଲ ମେଡିକାଲ କଲେଜର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ଦାୟିତ୍ୱରେ ଥିବା ସୀମା ଦ୍ୱିବେଦୀ ପ୍ରସୂତିମାନଙ୍କ ଅନୁରୋଧ କରିବା ଘଟଣାକୁ ନେଇ କହିଛନ୍ତି, ‘ ପ୍ରତ୍ୟେକ ମା’ ଚାହେଁ ତାର ଶିଶୁ ଶୁଭ ସମୟରେ ଜନ୍ମ ନେଉ। କାରଣ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଅନେକ ଗଣନା କରି ଜାନୁଆରି ୨୨ ତାରିଖକୁ ଚୟନ କରାଯାଇଛି।
ତେବେ ଏଭଳି ଅନୁରୋଧ କରିଥିବା ପ୍ରସୂତି ତଥା ତାଙ୍କ ପରିବାରଲୋକଙ୍କୁ ମୋର କହିବାର କଥା ହେଲା, ଏଭଳି ଇଚ୍ଛାକୁ ପୂରଣ କରିବା ଆମପକ୍ଷେ ଅସମ୍ଭବ। ପ୍ରସବ ପାଇଁ ସ୍ଥିତି ଠିକ ଥିଲେ ଯାଇ ଆମେ ଜଣେ ପ୍ରସୂତିଙ୍କ ପ୍ରସବ କରାଇ ପାରିବୁ। କାରଣ ଆମର ପ୍ରଥମ ଲକ୍ଷ୍ୟ ମା’ ଓ ଶିଶୁ କିପରି ସୁସ୍ଥ ରହିବେ। ତେଣୁ କୌଣସି ମହିଳାଙ୍କର ଜୋରଜବରଦସ୍ତି ଆମେ ପ୍ରସବ କରାଇ ପାରିବୁ ନାହିଁ ବୋଲି କହିଛନ୍ତି ।
ଜାନୁଆରୀ ୨୨ ତାରିଖରେ ମାଆ ହେବା ପାଇଁ ଡାକ୍ତରଙ୍କ ପାଖରେ ପ୍ରସୂତିଙ୍କ ଲମ୍ବା ଲିଷ୍ଟ ରହିଥିବା ଡାକ୍ତର କହିଛନ୍ତି । ଏହି ଦିନ ରାମ ମନ୍ଦିର ପ୍ରତିଷ୍ଠା ହେଉଥିବାରୁ ଏହି ଦିନ ଅତ୍ୟନ୍ତ ଶୁଭ ଦିନ ତେଣୁ ସେହି ଦିନ ଶିଶୁ ଜନ୍ମ ହେବାକୁ ମାଆ ମାନେ ଚାହୁଁଥିବା କହିଛନ୍ତି ।
Powered by Froala Editor