ବିମାନକୁ ଅପେକ୍ଷା କରି ୪୦ ବର୍ଷ ହେଲା ଏୟାରପୋର୍ଟରେ ଶୋଇଛନ୍ତି ଏହି ବ୍ୟକ୍ତି...
ଫ୍ଲାଇଟକୁ ଅପେକ୍ଷା କରି କରି ଜଣେ ବ୍ୟକ୍ତି ୪୦ ବର୍ଷ ହେଲା ଏୟାରପୋର୍ଟରେ ଶୋଇଛନ୍ତି । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି କି? ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବ୍ୟକ୍ତି ଜଣଙ୍କ ପ୍ରାୟ ୪୦ ବର୍ଷ ହେଲା ଶୋଇଛନ୍ତି। ହେଲେ ଏହା କିପରି ସମ୍ଭବ, ଜଣେ ବ୍ୟକ୍ତି ୪୦ ବର୍ଷ ହେଲା କିଭଳି ଶୋଇ ପାରିବ? ତେବେ ବାସ୍ତବ କଥା ହେଲା ଏହା ଏକ ପ୍ରତିମୂର୍ତ୍ତି ।
ଅର୍ଲାଣ୍ଡୋ ଜାତୀୟ ବିମାନବନ୍ଦରରେ ରଖାଯାଇଥିବା ଏହି ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ବାସ୍ତବ ଦେଖାଯାଉଛି। ଦ ଟ୍ରାଭେଲର୍ ନାମକ ଏହି ପ୍ରତିମୂର୍ତ୍ତିକୁ ବିମାନବନ୍ଦରରେ କାଚରେ ରଖାଯାଇଛି । ଅର୍ଲାଣ୍ଡୋ ଜାତୀୟ ବିମାନବନ୍ଦର ୧୯୮୬ରେ କଳାକାର ଡୁଏନ ହାନସନଙ୍କଠାରୁ ଏହି ପ୍ରତିମୂର୍ତ୍ତି କ୍ରୟ କରିଥିଲା । ବିମାନବନ୍ଦରର ପୂର୍ବ ଏବଂ ପଶ୍ଚିମ ସୁରକ୍ଷା ପ୍ଲାଣ୍ଟ ମଧ୍ୟରେ ଟର୍ମିନାଲ ଏ ନିକଟରେ ଆପଣ ଏହି ପ୍ରତିମୂର୍ତ୍ତିକୁ ଦେଖିପାରିବେ ।
ଏହି ପ୍ରତିମୂର୍ତ୍ତିର ଏକ ଭିଡିଓ ହେଇଟସନଭା ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଶେୟାର କରାଯାଇଛି, ଯାହା ଇଣ୍ଟରନେଟରେ ଭାଇରାଲ ହେଉଛି। ଭିଡିଓ ପୋଷ୍ଟ କରିବାର ମାତ୍ର ଏକ ସପ୍ତାହ ମଧ୍ୟରେ ଏହାକୁ ୬.୭ ନିୟୁତ ଇନଷ୍ଟାଗ୍ରାମ ୟୁଜର୍ସ ଦେଖିସାରିଲେଣି। ବିଶେଷ କଥା ହେଉଛି ଅନେକ ଉପଭୋକ୍ତା ତଥାପି ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କୁ ବାସ୍ତବ ବୋଲି ଭାବୁଛନ୍ତି।
Powered by Froala Editor