ଦୋକାନୀ ଦେଲେ ଏସିଡ ବୋତଲ, ତହସିଲନାର ପାଣି ଭାବି ପିଇଦେଲେ

ଏକ ଅଭାବନୀୟ ଘଟଣା ଘଟିଛି ଜାମ୍ମୁ-କାଶ୍ମୀରର କୁଲଗାମରେ । ତହସିଲଦାରଙ୍କୁ ଦୋକାନୀ ଭୁଲ ବଶତଃ ପାଣି ବଦଳରେ ବ୍ୟାଟରୀ ଏସିଡ୍ ପିଇବାକୁ ଦେଇଦେଇଥିଲେ । ଧମଲା ହଞ୍ଜିପୁରାରର ତହସିଲଦାର ଜଣେ ଦୋକାନୀଙ୍କ ଅବହେଲାର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଦୋକାନୀଙ୍କୁ ପାଣି ପିଇବାକୁ ମାଗିଥିଲେ। କିନ୍ତୁ ଦୋକାନୀ ଜଣଙ୍କ ପାଣି ବଦଳରେ ଭୁଲବଶତଃ ତାଙ୍କୁ ବ୍ୟାଟରୀ ଏସିଡ ଦେଇଦେଇଥିଲେ। ଏହାକୁ ସେ ପାଣି ବୋଲି ଭାବି ପିଇ ଦେବାରୁ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ତହସିଲଦାର ନିୟାଜ ଅହମଦ ଭଟ ସ୍ଥାନୀୟ ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ପପି ଚାଷକୁ ନଷ୍ଟ କରି ଫେରୁଥିଲେ। ଶୋଷ ଲାଗିବାରୁ ନିୟାଜ ସ୍ଥାନୀୟ ଜେନେରାଲ ଷ୍ଟୋରରୁ ପାଣି ବୋତଲ କିଣିବାକୁ ଯାଇଥିଲେ। ଆଜି ଦିନ ୧୧ଟାରେ ଏହି ଘଟଣା ଘଟିଥିଲା।ସେ ଦୋକାନୀଙ୍କୁ ପାଣି ବୋତଲ ମାଗିଥିଲେ। କିନ୍ତୁ ଦୋକାନୀ ଜଣଙ୍କ ପାଣି ଭଳି ଦିଶୁଥିବା ଗୋଟିଏ ଏସିଡ୍ ବୋତଲ ତାଙ୍କୁ ବିକ୍ରି କରିଦେଇଥିଲେ। ବହୁତ ଶୋଷରେ ଥିବାରୁ ନିୟାଜ କାଳବିଳମ୍ବ ନ କରି ପାଣି ଭାବି ଏସିଡକୁ ପିଇଦେଇଥିଲେ। ଏହାକୁ ପିଇବା ମାତ୍ରେ ସେ ଅସୁସ୍ଥ ଅନୁଭବ କରିଥିଲେ।
ଏଥିପାଇଁ ପ୍ରଥମେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଅଧିକ ଚିକିତ୍ସା ପାଇଁ ଶ୍ରୀନଗର ପଠାଯାଇଛି। ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
Powered by Froala Editor