ଭୟାବହ ଅଗ୍ନିକାଣ୍ଡରେ ୬ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ହାଇଦ୍ରାବାଦର ଏକ ଆବାସିକ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଲ୍ଡିଂରେ ଥିବା ୬ ଜଣ ଅନ୍ତେବାସୀ ଜୀବନ୍ତ ଦଗ୍ଧ ହୋଇଯାଇ ଥିବାବେଳେ ତିନି ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ଥିବା ଏକ ଆବାସିକ କୋଠାରେ ହଠାତ୍ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁସାରେ,କାର୍ ମରାମତି ସମୟରେ ନିଆଁ ଝୁଲ ଛିଟକି ଏପରି ଏକ ଅଗ୍ନିକାଣ୍ଡ ଘଟିଛି। ବିଲ୍ଡିଂର ତଳ ମହଲାରେ ପ୍ରଥମେ ନିଆଁ ଲାଗିବା ପରେ ଅନ୍ୟ ମହଲାକୁ ବ୍ୟାପିଯାଇଛି। ତଳ ମହଲାରେ ବିଭିନ୍ନ ପ୍ରକାର ରସାୟନ ରହିଥିଲା, କାର୍ ମରାମତି ସମୟରେ ନିଆଁ ଝୁଲ ଛିଟକି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।
ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ୟ୍ୟରେ ନିୟୋଜିତ ଅଛନ୍ତି।
Powered by Froala Editor