ଖଣି ଓ ଭୂତତ୍ତ୍ୱ ବିଭାଗ ଉପନିର୍ଦ୍ଦେଶିକାଙ୍କୁ ହତ୍ୟା
କର୍ଣ୍ଣାଟକର ବେଙ୍ଗାଲୁରୁରେ ଘରେ ପଶି ଅତି ନିର୍ମମ ଭାବେ ମହିଳା ସରକାରୀ କର୍ମଚାରୀଙ୍କୁ ଛୁରୀ ଭୁସି ହତ୍ୟା କଲେ ଦୁର୍ବୃତ୍ତ। ୩୭ ବର୍ଷିୟା ପ୍ରତିଭା ନାମ୍ନୀ ଅଧିକାରୀ ଜଣକ କର୍ଣ୍ଣାଟକର ଖଣି ଓ ଭୂତତ୍ତ୍ୱ ବିଭାଗରେ ଉପନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ।
ତେବେ ଶନିବାର ରାତିରେ ତାଙ୍କୁ କେହି ଜଣେ ଦୁର୍ବୃତ୍ତ ଘରେ ପଶି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୁବ୍ରମନ୍ୟପୋରାସ୍ଥିତ ବାସଭବନରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡ ବେଳେ ତାଙ୍କର ସ୍ବାମୀ ଓ ପୁଅ ଘରେ ନ ଥିଲେ। ପ୍ରତିଭାଙ୍କ ଭାଇ ଶନିବାର ରାତି ଏବଂ ରବିବାର ସକାଳେ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ କୌଣସି ଉତ୍ତର ପାଇ ନ ଥିଳେ। ଏନେଇ ସେ ଭଉଣୀ ଘରେ ପହଞ୍ଚି ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଭାଇଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ହାତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ତେବେ ତାଙ୍କୁ କେଉଁ କାରଣରୁ ହତ୍ୟା କରାଯାଇଛି ସେ ନେଇ କିଛି ପ୍ରମାଣ ମିଳି ନଥିବା ବେଳେ ପ୍ରତିଭାଙ୍କ ସହିତ ପରିଚିତ ଥିବା ଲୋକମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା କଥା ପୁଲିସ ସନ୍ଦେହ କରୁଛି। ଆକ୍ରମଣକାରୀଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି।
Powered by Froala Editor