ଏହି ଗାଁରେ ବାହା ହେବାକୁ ଡରନ୍ତି ପୁଅ, ଜାଣନ୍ତୁ କାରଣ...
ବିବାହ କରିବାକୁ ମନଲାଖି ଝିଅଟିଏ କିଏ ନଚାହେଁ? ହେଲେ ଏହି ଗାଁରୁ ଝିଅ ନେବାକୁ ଡରୁଛନ୍ତି ପୁଅ । ବିବାହ କରିବେନି ବରଂ ଏହି ଗାଁରେ ବାହା ହେବେନି ବୋଲି କହୁଛନ୍ତି । ଗାଁଟି ରହିଛି ଚୀନରେ । ଜାଣିଛନ୍ତି କ’ଣ ପାଇଁ । ଏଠାକାର ଅଜବ ଅଜବ ପ୍ରଥା ପାଇଁ ।
ଚୀନ୍ର ଜିୟାଙ୍ଗସୁ ପ୍ରାନ୍ତର ତାଇଝୋଉ ଗାଁରେ ଜଣେ ବର ନିଜ ନବବଧୂକୁ ଆଣିବାକୁ ଯାଉଥିଲା । ଏହି ସମୟରେ କିଛି ଲୋକ ବର ଗାଡ଼ିକୁ ଅଟକାଇ ତାକୁ ଘେରିଗଲେ । ବର ଏହା ଦେଖି ଭୟଭୀତ ହୋଇଗଲା । ଏହା ପଛର କାରଣ ସେ ବୁଝିପାରିଲା ନାହିଁ । ଏତିକିବେଳେ ଲୋକେ ତାକୁ ଟଙ୍କା ଓ ସିଗାରେଟ୍ ମାଗିବା ଆରମ୍ଭ କଲେ ।
ବରର ଗାଡ଼ିକୁ ଘେରିଥିବା ଲୋକେ ଗାଁର ବୟସ୍କ ଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ, ଏହି କାର୍ଯ୍ୟକଳାପ ବିବାହ ବିଧିର ଅଂଶବିଶେଷ । ବର ପକ୍ଷକୁ ବୟସ୍କଙ୍କର ଏହି ଦାବି ପୂରଣ କରିବାକୁ ପଡ଼େ । ବର ପକ୍ଷକୁ ଗାଁର ବୟସ୍କ ଲୋକଙ୍କୁ ଚିନି, ସିଗାରେଟ୍ କିମ୍ବା ଟଙ୍କା ଭର୍ତ୍ତି ଲାଲ୍ ରଙ୍ଗର ଏକ ଲଫାପା ଦେବାକୁ ପଡ଼େ । ଗାଁ ଲୋକଙ୍କୁ ଖୁସି ନ କରିବା ପର୍ଯ୍ୟନ୍ତ ବରକୁ କନ୍ୟା ପାଖରେ ପହଞ୍ଚାଇ ଦିଆଯାଏ ନାହିଁ । ସ୍ଥାନୀୟ ଭାଷାରେ ଏହି ପ୍ରଥାକୁ ଲାନ ମେନ୍ କୁହାଯାଏ, ଯାହାର ଅର୍ଥ 'ଦ୍ୱାର ବନ୍ଦ କରିବା' । ସେହିପରି କନ୍ୟା ପକ୍ଷ ମଧ୍ୟ ବରକୁ ପ୍ରହେଳିକା ସଜାଡ଼ିବା, କବିତା ଆବୃତି, ଗୀତ କିମ୍ବା ନୃତ୍ୟ କରିବାକୁ ବରକୁ କହିଥାନ୍ତି ।
ତେବେ ଏହାର ଭିଡିଓ ଭାଇରାଲ ହେବା ପରେ ସେହି ଗାଁରୁ ଝିଅ ଆଣିବାକୁ ଡରୁଛନ୍ତି ପୁଅ । ଅଧିକାଂଶ କୁହନ୍ତି, ବୃଦ୍ଧଙ୍କ ଏଭଳି କାମ ଅନୁଚିତ । ପ୍ରଥା ନାମରେ ସେମାନେ ବରପକ୍ଷଙ୍କୁ ଲୁଟୁଛନ୍ତି । ଏଭଳି ପ୍ରଥା ପାଇଁ ସେଠାରୁ ଅଧିକାଂଶ ବର ଫେରିଯାଆନ୍ତି ।
Powered by Froala Editor