ସତ୍ୟପାଠରୁ ଖୁଲାସା : ସାରାଙ୍କୁ ଛାଡ଼ପତ୍ର ଦେଇ ସାରିଛନ୍ତି ସଚିନ
ବିବାହର ପ୍ରାୟ ଦୁଇ ଦଶନ୍ଧି ପରେ ଅଲଗା ହେଲେ କଂଗ୍ରେସ ନେତା ସଚିନ ପାଇଲଟ ଏବଂ ସାରା ଅବଦୁଲ୍ଲା। ଅବଦୁଲ୍ଲାଙ୍କଠାରୁ ସଚିନ ଅଲଗା ରହୁଥିଲେ ମଧ୍ୟ ପ୍ରଥମ କରି ଏହାର ଖୁଲାସା ହୋଇଛି। ରାଜସ୍ଥାନ ନିର୍ବାଚନ ପାଇଁ ପାଇଲଟ ଦେଇଥିବା ନିର୍ବାଚନ ସତ୍ୟପାଠରୁ ଏହା ଜଣାପଡ଼ିଛି। କଂଗ୍ରେସ ନେତା ଅନ୍ୟ ସୂଚନା ଦେବା ସହ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିବା ବିଷୟରେ ଲେଖିଛନ୍ତି। ତେବେ ଦୁହିଁଙ୍କର ଛାଡ଼ପତ୍ର କେବେ ହେଲା ଓ କାହିଁକି ହେଲା, ତାହା ସାମ୍ନାକୁ ଆସିନାହିଁ।
୨୦୧୮ ବିଧାନସଭା ନିର୍ବାଚନରେ ପାଇଲଟ ତାଙ୍କ ସତ୍ୟପାଠରେ ସାରା ପାଇଲଟଙ୍କ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ତାଙ୍କ ସମ୍ପତ୍ତିର ବିବରଣୀ ମଧ୍ୟ ଦେଇଥିଲେ। କିନ୍ତୁ ଛାଡ଼ପତ୍ର ବାବଦରେ ଉଲ୍ଲେଖ କରି ନଥିଲେ। ପ୍ରଥମ କରି ୨୦୨୩ ସତ୍ୟପାଠରେ ଛାଡ଼ପତ୍ର ହୋଇସାରିଥିବା ଘୋଷଣା କରିଛନ୍ତି।
ସଚିନ୍ ପାଇଲଟ୍ ଏବଂ ସାରା ଅବଦୁଲ୍ଲା ପାଇଲଟ୍ ୨୦୦୪ରେ ବିବାହ କରିଥିଲେ। ସେମାନଙ୍କର ଦୁଇ ପୁଅ ଅଛନ୍ତି, ଯେଉଁମାନଙ୍କ ନାମ ହେଉଛି ଆରନ୍ ଏବଂ ବିହାନ୍।ସତ୍ୟପାଠରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ପାଇଲଟଙ୍କ ସମ୍ପତ୍ତି ପ୍ରାୟ ଦ୍ୱିଗୁଣିତ ହୋଇଛି। ୨୦୧୮ରେ, ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୩.୮ କୋଟି ଟଙ୍କା ଥିଲା। ହେଲେ ୨୦୨୩ସୁଦ୍ଧା ଏହା ୭.୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
Powered by Froala Editor