ମମତାଙ୍କୁ କେନ୍ଦ୍ର ନିର୍ବାଚନ କମିସନ କାହିିଁକି ନୋଟିସ ପଠାଇଲେ ଜାଣନ୍ତୁ?
କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଂଖ୍ୟାଲଘୁ ଭୋଟରଙ୍କୁ ଉଦେ୍ଧଶ୍ୟରେ ଦେଇଥିବା ଏକ ଭାଷଣକୁ ନେଇ କେନ୍ଦ୍ର ନିର୍ବାଚନ କମିସନ ନୋଟିସ ପଠାଇଛନ୍ତି । ୪୮ ଘଣ୍ଟା ଭିତରେ ଏହାର ଜବାବ ଦେବା ପାଇଁ ଇସି ନିଦେ୍ର୍ଧଶ ଦେଇଛନ୍ତି । ସୂଚନା ଯୋଗ୍ୟ, ଗତ ୩ ତାରିଖରେ ମମତା ଏକ ନିର୍ବାଚନୀ ସଭାରେ ଭାଷଣ ଦେବା ବେଳେ ମୁସଲିମ ସମ୍ପ୍ରଦାୟ ଉଦେ୍ଧଶ୍ୟରେ କହିଥିଲେ ଯେ ସେମାନେ ଭୋଟ ବିଭାଜନ କରିବା ଉଚିତ ନୁହେଁ । ଅନ୍ୟ ରାଜନୈତିକ ଦଳକୁ ଭୋଟ ନ ଦେଇ ତୃଣମୂଳକୁ ଏକଜୁଟ ହୋଇ ଭୋଟ ଦେବା ପାଇଁ ସଂଖ୍ୟା ଲଘୁ ଭୋଟରଙ୍କୁ ସେ ନିବେଦନ କରିଥିଲେ । ଏହି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା ।