ସାଙ୍ଗ ବାହାଘର ଭାଙ୍ଗିବାକୁ ଷଡ଼ଯନ୍ତ୍ର : ଭାବି ସ୍ୱାମୀଙ୍କୁ ପଠାଇଲେ ଅଶ୍ଳୀଳ ଫଟୋ
ସାଙ୍ଗ ହୋଇ ପଢୁଥିଲେ । ମଜା ମସ୍ତି କରୁଥିଲେ । ହେଲେ କିଏ ଜାଣିଥିଲା ଏତେ ମିଶୁଥିବା ସାଙ୍ଗ ମନରେ ବିଷ ଭରିଥିବ ବୋଲି । ଜଣେ ଯୁବତୀଙ୍କ ସହ ଏହିପରି କିଛି ଘଟିଛି ଯାହାକୁ ଜାଣିଲେ ସାଙ୍ଗ ଉପରୁ ବିଶ୍ୱାସ ଭାଙ୍ଗିଯିବ । ଯୁବତୀଙ୍କ ବାହାଘର ଠିକ୍ ହେବା ପରେ ତାଙ୍କ ଭାବି ସ୍ୱାମୀଙ୍କୁ ସାଙ୍ଗ ଜଣକ ଅଶ୍ଳୀଳ ଫଟୋ ପଠାଇଥିଲେ । ସେ ଚାହୁଁଥିଲେ ବାହାଘର ଭାଙ୍ଗିଯାଉ ବୋଲି । ହେଲେ ଯୁବକ ଜଣକ ଏଥିରେ ସନ୍ଦେହ କରି ସାଙ୍ଗର ଅସଲ ମୁଖା ଖୋଲି ଦେଇଛନ୍ତି । ଘଟଣା କାନପୁରର ବାଦଶାହୀ ନାକା ଅଞ୍ଚଳର ।
ସୂଚନା ଅନୁସାରେ ଦୁଇ ଯୁବତୀ ଡିଗ୍ରୀ କଲେଜରେ ଏକାଠି ପଢ଼ନ୍ତି । ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ମଧ୍ୟ ଥିଲା । ଦେଢ଼ ମାସ ପୂର୍ବରୁ ଜଣଙ୍କର ବିବାହ ଠିକ ହୋଇଥିଲା । ମଙ୍ଗନ କାର୍ଯ୍ୟକ୍ରମରେ ମଧ୍ୟ ଯୁବତୀ ଜଣଙ୍କ ସାମିଲ ହୋଇଥିଲେ । ମଙ୍ଗନ ଉତ୍ସବରେ ଭରପୂର ମଜା ଉଠାଇବା ସହ ସାଙ୍ଗର ବହୁତ ଫଟୋ ଉଠାଇଥିଲେ । ହେଲେ ସେ ଏହି ଫଟୋ କ’ଣ କରିବ ତାହା ତାଙ୍କ ବାନ୍ଧବୀଙ୍କୁ ଜଣା ନଥିଲା । ପରେ ସେ ଏହି ଫଟୋଗୁଡିକୁ ତାଙ୍କ ଭାବି ସ୍ୱାମୀଙ୍କୁ ପଠାଇ ଦେଇଥିଲେ । ସେ ତାଙ୍କୁ ଖରାପ କରି ଦେଖାଇବାକୁ ଚାହୁଁଥିଲେ । ହେଲେ ଯୁବକଙ୍କ ସନ୍ଦେହ ହେବା ପରେ ସେ ତାଙ୍କ ଭାବି ପତ୍ନୀକୁ ସବୁ କଥା କହିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ପରେ ସତ ପଦାକୁ ଆସିଥିଲା ।
Powered by Froala Editor