ଦୁଷ୍କର୍ମ ପୀଡିତା ଦୁଆର ଦୁଆର ବୁଲିବା ଘଟଣା, ଅଭିଯୁକ୍ତ ଗିରଫ

ଉଜୈନରେ ଜଣେ 12 ବର୍ଷର ଦୁଷ୍କର୍ମ ପୀଡିତା ନାବାଳିକା ସାହାଯ୍ୟ ପାଇଁ ଘରକୁ ଘର ବୁଲୁଥିଲେ। ତାଙ୍କ ଶରୀରରୁ ରକ୍ତସ୍ରାବ ହେବା ସହ ଦେହରେ କପଡା ନଥିଲା। କିନ୍ତୁ କୌଣସି ବ୍ଯକ୍ତି ତାଙ୍କୁ ସାହାଯ୍ୟ କରିନଥିଲେ। ସିସିଟିଭି ଫୁଟେଜ ମାଧ୍ୟମରେ ଏହି ସମୟର ଭିଡିଓ ସାମ୍ନାକୁ ଆସିଥିଲା। ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।
ପୁଲିସ କହିବା ଅନୁସାରେ, ନାବାଳିକା ଜଣକ ଗାଡିରେ ବସିବାର ସିସିଟିଭି ଭିଡିଓ କଏଦ ହୋଇଛି। ଭିଡିଓ ଆଧାରରେ ଅଟୋକୁ ମଧ୍ୟ ଜବତ କରାଯାଇଛି। ସେଥିରେ ରକ୍ତ ଲାଗିଥିବାରୁ ଏହାକୁ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି। ସବିଶେଷ ତଥ୍ୟ ଅନୁଯାୟୀ, ଗିରଫ ଅଟୋ ଡ୍ରାଇଭର 38 ବର୍ଷିୟ ରାକେଶ ବୋଲି ଜଣାପଡିଛି।
ତେବେ, ଗିରଫ ହେବାପରେ ଅଭିଯୁକ୍ତି ହେପାଜତରୁ ଖସିଯିବାକୁ ଚେଷ୍ଟା କରିଥିଲା, କିନ୍ତୁ ପୁଲିସର ଏକ ଟିମ୍ ତାକୁ କାବୁ କରି ନେଇଥିଲା। ପ୍ରମାଣ ସଂଗ୍ରହ କରିବା ପାଇଁ ପୁଲିସ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଘଟଣାସ୍ଥଳରୁ ପୁଲିସ ଠାରୁ ଖସି ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା। ହେଲେ ପୁଲିସ ତାର ପିଛା କରି ତାକୁ କରି ନେବାରେ ସଫଳ ହୋଇଥିଲା।
Powered by Froala Editor