ଟାୟାର ପଙ୍କଚର୍ ଦୋକାନରୁ କୋର୍ଟ : ସିଭିଲ ଜଜ୍ ହେବେ ଅହଦ

ଦିନେ ଟାୟାର ପଙ୍କଚର ଠିକ୍ କରୁଥିଲେ । କିନ୍ତୁ ଜୀବନ ମୋଡ ବଦଳାଇଛି । ଟାୟାର ଛାଡି ଜଜ ହେବେ ଅହଦ ଅହମଦ (୨୬) । ଅହଦ ଅହମଦ ପ୍ରୋଭିନ୍ସିଆଲ୍ ସିଭିଲ ସର୍ଭିସ (ଜୁଡିସିଆଲ୍) ଫାଇନାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜଣେ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ) ହେବାକୁ ଯାଉଛନ୍ତି।
ପ୍ରୟାଗରାଜର ବରାଇ ହରକ ଗ୍ରାମରେ ରହୁଥିବା ଶେହଜାଦ ଅହମଦ ଟାୟାର ରିପେୟାରିଂ ଦୋକାନ ଚଳାଉଥିବାବେଳେ ପୁଅ ଅହଦ ତାଙ୍କୁ କାମରେ ସହାୟତା କରୁଥିଲେ। ତାଙ୍କ ମାଆ ଆଫସନା ବେଗମ ପଡୋଶୀ ମହିଳାମାନଙ୍କ ପୋଷାକ ସିଲେଇ କରୁଥିଲେ। ଦାରିଦ୍ର୍ୟ ମଧ୍ୟରେ ଅହଦ ଆଇନ ଶିକ୍ଷା ଶେଷ କରି ପ୍ରଥମେ ଜଣେ ଆଇନଜୀବୀ ହୋଇଥିଲେ। ଏବେ ସେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସିଭିଲ୍ ଜଜ୍ ହେବାକୁ ଯାଉଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ବାପାମା’ଙ୍କ ମନ କୁଣ୍ଢେମୋଟ ହୋଇଯାଇଛି । ଅହଦ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।
Powered by Froala Editor