ଏ ଯୁଗର କାମଧେନୁ : ଗର୍ଭବତୀ ନହୋଇ ୧୨ ବର୍ଷ ହେଲା କ୍ଷୀର ଦେଉଛି ଗାଇ
ବେଳେବେଳେ ଆମ ସାମ୍ନାରେ ଏମିତି ଘଟଣା ଘଟେ ଯାହା କୌଣସି ଚମତ୍କାର ଠାରୁ କମ୍ ନୁହେଁ । ବିହାରର ସିୱାନରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି । ଏଠାରେ ନନ୍ଦିନୀ ନାମକ ଏକ ଗାଈ ଗତ ୧୨ ବର୍ଷ ଧରି ଗର୍ଭଧାରଣ ନକରି କ୍ରମାଗତ କ୍ଷୀର ଦେଉଛି।
ଗାଁ ଲୋକେ ଏହାକୁ ଏକ ଚମତ୍କାର ବୋଲି ବିଚାର କରୁଛନ୍ତି। ଲୋକମାନେ ନନ୍ଦିନୀଙ୍କୁ ଦେଖା କରିବାକୁ ଯାଆନ୍ତି। ସ୍ନେହରେ କାମଧେନୁ ବୋଲି ଡାକୁଛନ୍ତି। ନନ୍ଦିନୀର ଶରୀର ଗଠନ ମଧ୍ୟ ଆଶ୍ଚର୍ଯ୍ୟଜନକ । ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଅନ୍ୟପଟେ ଦେଖିବାକୁ ଗଲେ ପ୍ରାଣୀ ଚିକିତ୍ସା ବୈଜ୍ଞାନିକ ଏବଂ ଡାକ୍ତରଙ୍କ ପାଇଁ ନନ୍ଦିନୀ ଏହିପରି କ୍ଷୀର ଦେବା ଏକ ଆହ୍ବାନ ପାଲଟିଛି।
Powered by Froala Editor