ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ଶୌଚାଳୟ
![ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ଶୌଚାଳୟ](https://odishanewslens.com/news_gallery/23913_1693193225.jpg)
ଏକ ଆଶ୍ଚର୍ଯ୍ୟ ରୂପରେ ଡିଜାଇନ୍ କରାଯାଇ ଥିବା ଏକ ଶୌଚାଳୟ ଇଂଟରନେଟ୍ରେ ଭାଇରାଲ ହେବାରେ ଲାଗିଛି । ଥାଇଲାଣ୍ଡର ଏହି ଶୌଚାଳୟର ଭିଡିଓ ଭାଇରାଲ୍ ହେବା ପରେ କେହି ବିଶ୍ୱାସ କରିପାରୁ ନାହାନ୍ତି । ପ୍ରଥମେ ସୋଶିଆଲ ମିଡିଆରେ ଏହି ଭିଡିଓଟି କ୍ରିଷ୍ଣାଗି ନାମ୍ନା ଜଣେ ମହିଳା ପୋଷ୍ଟ କରିଥିଲେ । ସେ ଏହି ଭିଡିସରେ କହିଛନ୍ତି କି ଯେ ସେ କେବେ ବି ଭାବିନଥିଲେ ଯେ ଗୋଟିଏ ଶୌଚାଳୟର ଭିଡିଓ ବନେଇବି । କିନ୍ତୁ ସେ ଏହାକୁ ବନେଇବା ପାଇଁ ନିଜକୁ ଅଟକାଇ ପାରିଲେ ନାହିଁ । ଏହି ଭିଡିଓରେ ଥିବା ଶୌଚାଳୟ କଠିନ ଡିଜାଇନ୍ର ସହିତ ସୁନାରଙ୍ଗର ଥିଲା । ବାସ୍ ଏତିକି ନୁହେଁ, ବରଂ ଶୌଚାଳୟର ଠିକ୍ ବାହାରେ ବଗିଚା ରହିଛି ଯାହାର ସୌନ୍ଦର୍ଯ୍ୟତା ଏହା ସହ ମେଳ ଖାଉଛି । ଏହାର ସୌନ୍ଦର୍ଯ୍ୟତା ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।
Powered by Froala Editor