ମୁହଁରେ ଘଷନ୍ତୁ ବରଫ, ନରମ ରହିଥାଏ ତ୍ବଚା

ଖରା ଦିନ ଅପେକ୍ଷା ଅନ୍ୟ ଋତୁମାନଙ୍କରେ ତ୍ବଚା ଟିକେ ମଳିନ ଦିଶିଥାଏ। ରୁକ୍ଷ ଦିଶିବା ସହ ରଂଗ ମଧ୍ୟ କମ୍ ଲାଗିଥାଏ। ଏହା ପଛରେ ଅନେକ କାରଣ ଅଛି। ଅନ୍ୟ ଦିନେ ଲୋକମାନେ ଜଳଠାରୁ ନିଜକୁ ଟିକେ ଦୂରେଇ ରଖିଥାନ୍ତି। ବରାବର ପାଣି ସଂସ୍ପର୍ଶରେ ନ ଆସିବା ବା ପ୍ରଚୁର ପରିମାଣର ପାଣି ନ ପିଇବା କାରଣରୁ ତ୍ବଚା ମଳିନ ଦିଶିଥାଏ।। ଖାଲି ସେତିକି ନୁହେଁ, ଶୀତ ଦିନେ କିମ୍ବା ବର୍ଷା ଦିନେ ଶରୀରରୁ ଝାଳ ମଧ୍ୟ ବାହାରି ନଥାଏ। ଶରୀରରୁ ଯେତେ ଝାଳ ବାହାରେ ତାହା ତ୍ବଚା ପାଇଁ ସେତେ ଭଲ ହୋଇଥାଏ। ଝାଳ ବାହାରିଲେ ତ୍ବଚା ଉଜ୍ଜ୍ବଳ ଦିଶେ। ଶୀତ ଦିନେ ଝାଳ ନବାହାରିବା କାରଣରୁୁ ତ୍ବଚା ସାମାନ୍ୟ ବିପରୀତ ଦିଶିଥାଏ। ତେବେ, ଏହି ତ୍ବଚାର ଏହି ରୁକ୍ଷପଣକୁ ଆମେ ଚାହିଁଲେ ଦୂରେଇ ଦେଇ ପାରିବା। ଚାଲନ୍ତୁ ଜାଣିବା କିପରି।
ମୁହଁରେ ମଝିରେ ମଝିରେ ବରଫ ଘଷନ୍ତୁ। ଏପରି କରିବା ଦ୍ବାରା ତ୍ବଚା ନରମ ରହିଥାଏ। ଇଚ୍ଛା ହେଉନଥିଲେ ବି ପ୍ରଚୁର ପରିମାଣର ପାଣି ପିଅନ୍ତୁ। ପାଣି ପିଇବାର କୌଣସି ବିକଳ୍ପ ନାହିଁ। ପ୍ରଚୁର ପାଣି ପିଉଥିଲେ ଆପଣଙ୍କ ତ୍ବଚା କେବେ ବି ରୁକ୍ଷ ଦିଶିବ ନାହିଁ।
ଗାଧୋଇବା ପୂର୍ବରୁ ଦେହରେ ଓ ମୁହଁରେ ମହୁ ମାଲିସ୍ କରି ଗାଧାନ୍ତୁ। ଏହା ସଂସାରର ସବୁଠାରୁ ଭଲ ବଡି ଲୋସନ। ଗାଧୋଇବା ପୂର୍ବରୁ ମହୁ ଲଗାଇ ଗାଧୋଇଲେ ଆପଣଙ୍କୁ ବଡି ଲୋସନର ବି ଆବଶ୍ୟକତା ପଡ଼ିବ ନାହିଁ।
ଶୀତ ଦିନେ ଏବଂ ବର୍ଷା ଦିନେ ପେଟ ଗରମ ହେବାର ବିଶେଷ ସମ୍ଭାବନା ଥିବା କାରଣରୁ ଆପଣ ନିୟମିତ ପଇଡ଼ ପାଣି ଓ ମିଶିରି ପାଣି ପିଅନ୍ତୁ। ଗାଧୁଆ ପାଣିରେ କେଇ ବୁନ୍ଦା ନଡ଼ିଆ ତେଲ ମିଶାଇ ଗାଧୋଇଲେ ଭଲ। ଏପରି କଲେ ଆପଣଙ୍କ ତ୍ବଚା ମସୃଣ ରହିବ। ରାତିରେ ଶୋଇବା ବେଳେ ନାହିରେ ନଡ଼ିଆ ତେଲ ଲଗାଇ ଶୁଅନ୍ତୁ, ମୁଖମଣ୍ଡଳ ଉଜ୍ଜ୍ବଳ ଦିଶିବ।
Powered by Froala Editor