ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ, ଚେର ଲମ୍ବିଛି ଓଡ଼ିଶାରୁ ହରିୟାଣା

କୋରାପୁଟ ଲମତାପୁଟ ଅଂଚଳରୁ ୨ ଆନ୍ତଃରାଜ୍ୟ ମାଫିଆଙ୍କୁ ଗିରଫ କରାଯାଇଛି । ନନ୍ଦପୁର ଓ ଲମତାପୁଟ ପୋଲିସଙ୍କ ସହଯୋଗରେ ହରିୟାଣା ପୋଲିସ ଏହି ଦୁଇ କୁଖ୍ୟାତ ମାଫିଆଙ୍କୁ ଗିରଫ କରିଛି । କିଛି ମାସ ତଳେ ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶ ଅଞ୍ଚଳରୁ ହରିୟାଣା ରାଜ୍ୟକୁ ଏକ ଟ୍ରକ୍ ଯୋଗେ ୧୭ କ୍ୟୁଣ୍ଟାଲ ଗଞ୍ଜେଇ ଚାଲାଣ କରାଯାଉଥିବା ସମୟରେ ହରିୟାଣା ରାଜ୍ୟର ସ୍ୱପ୍ନାଲି ପୋଲିସ ହାତରେ ଧରା ପଡିଥିଲା । ଏହି ଘଟଣାରେ ସ୍ୱପ୍ନାଲି ପୋଲିସ କିଛି ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ହେଲେ ଏହାର ଚେର କେଉଁଆଡେ ଲମ୍ବିଛି ବୋଲି ହରିୟାଣା ପୋଲିସ ତଦନ୍ତ ଜାରି ରଖିଥିଲା । ଓଡ଼ିଶାରେ ଲିଙ୍କ୍ ମିଳିବା ପରେ ହରିୟାଣା ପୋଲିସ ଯୋଗାଯୋଗ କରିଥିଲା ।
ପୋଲିସର ତଦନ୍ତ ପରେ କୋରାପୁଟ ଜିଲ୍ଲା ଲମତାପୁଟର ପ୍ରଦୀପ ଶର୍ମା ଓ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳର ଜୟରାମ ଜାଲାରୀ ସମ୍ପୃକ୍ତ ରହିଥିବା ଜାଣିବାକୁ ପାଇଥିଲେ। ଏହାପରେ ଘଟଣା ସମ୍ପର୍କରେ ହରିୟାଣା SP କୋରାପୁଟ SP ଙ୍କ ସହ ଯୋଗାଯୋଗ କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ କୋରାପୁଟ SP ନନ୍ଦପୁର SDPOଙ୍କୁ ଏନେଇ ନିର୍ଦ୍ଦେଶରେ ଦେଇଥିଲେ। SPଙ୍କ ନିର୍ଦ୍ଦେଶରେ ଲମତାପୁଟ ଓ ନନ୍ଦପୁର ପୋଲିସ ଏକ ଟିମ୍ ଗଠନ କରି ୨ଆନ୍ତରାଜ୍ୟ ଗଞ୍ଜେଇ ମାଫିଆକୁ ଗିରଫ କରିବାରେ ସଫଳ ହୋଇଥିଲେ।
Powered by Froala Editor