ଏଣିକି ଭାରତ HALରେ ନିର୍ମାଣ ହେବ ଯୁଦ୍ଧ ବିମାନ ଇଞ୍ଜିନ
ଏଣିକି ଭାରତ ହାଲରେ ତିଆରି ହେବ ଭାରତୀୟ ବାୟୁସେନା ବ୍ୟବହାର କରୁଥିବା ଯୁଦ୍ଧ ବିମାନର ଇଞ୍ଜିନ । ଏଥିପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ପ୍ରାଇଭେଟ ଲିଃ ସହ ଚୁକ୍ତି କରିଛି ଆମେରିକାର ଜେନେରାଲ ଇଲେକ୍ଟ୍ରିକ(GE) ଅରୋସ୍ପେସ। GE ସହାୟତାରେ ହାଲରେ ବାୟୁସେନାର ଯୁଦ୍ଧ ବିମାନ ଗୁଡ଼ିକର ଇଞ୍ଜିନକୁ ତିଆରି କରାଯିବ।
ଚୁକ୍ତି ସମ୍ପର୍କରେ ସୂଚନା ଦେଇ ଆମେରିକୀୟ କମ୍ପାନୀ କହିଛି, ଏହି ଚୁକ୍ତିରେ GE ଅରୋସ୍ପେସ ଏଫ୍ ୪୧୪ ଇଞ୍ଜିନର ଭାରତରେ ମିଳିତ ଉତ୍ପାଦନର ସମ୍ଭାବନା ସାମିଲ ରହିଛି । କମ୍ପାନୀ ହାଲ ସହ ଚୁକ୍ତି ଜ୍ଞାନକୁ ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି । GE ଅରୋସ୍ପେସର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା ଜିଇର ଅଧ୍ୟକ୍ଷ ଏଚ ଲରେନ୍ସ କଲ୍ପ ଜୁନିୟର କହିଛନ୍ତି, ଏହି ଐତିହାସିକ ଚୁକ୍ତି ଭାରତ ଏବଂ ହାଲ ସହ ଆମର ଦୀର୍ଘକାଳୀନ ସମ୍ପର୍କ କାରଣରୁ ସମ୍ଭବ ହୋଇପାରିଛି ।
ତେବେ ଏହି ଚୁକ୍ତିର ଘୋଷଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ମହିଳା ଜିଲ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ଆମେରିକା ଗସ୍ତରେ ଯାଇଛନ୍ତି ।
Powered by Froala Editor