ଏପରି ପିନ୍ଧନ୍ତୁ ନାହିଁ ବେଲ୍ଟ

ଯୁଗ ଅନୁସାରେ ଫେସନ ମଧ୍ୟ ବଦଳିବାରେ ଲାଗିଛି । ଫେସନ ଡ଼ିଜାଇନରଙ୍କ ମତରେ ଏବେର ପିଢ଼ି ବେଲ୍ଟ ପିନ୍ଧିବାକୁ ଅଧିକ ପ୍ରାଧାନ୍ୟ ଦେଉଛି । ଏହା ସହିତ ବଜାରରେ ବିଭିନ୍ନ ପ୍ରକାରର ଓ ଭିନ୍ନ ଭିନ୍ନ ଡ଼ିଜାଇନର ବେଲ୍ଟ ମଧ୍ୟ ବିକ୍ରିହେଲାଣି । ମହିଳା ମାନେ ଶାଢ଼ି ଓ ଡେ଼୍ରସ୍ ଉପରେ ମଧ୍ୟ ବେଲ୍ଟ ପିନ୍ଧୁଛନ୍ତି ।
- ଅଧିକ ଚାପିହୋଇକି ବେଲ୍ଟ ପିନ୍ଧନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଖାଦ୍ୟ ହଜମ ହୋଇନଥାଏ । ଏଣୁ ଖାଦ୍ୟ ଖାଇବା ସମୟରେ ବେଲ୍ଟକୁ ସାଧାରଣତଃ ଢ଼ିଲା କରିଦିଅନ୍ତୁ ।
-ପେଟକୁ ଚାପି ବେଲ୍ଟ ପିନ୍ଧିଲେ ବିଭିନ୍ନ ପ୍ରକାରର ସମସ୍ୟା ଉପୁଜିଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି । ଏହି କାରଣରୁ ହାଡ଼ ବିନ୍ଧା ବି ଆରମ୍ଭ ହୋଇଥାଏ ।
- ଅଣ୍ଟା ବିନ୍ଧା, ପାଦ ଘୋଳା ବିନ୍ଧା ମଧ୍ୟ ଏହି ଟାଇଟ୍କ ବେଲ୍ଟ କାରଣରୁ ହୋଇଥାଏ ।
Powered by Froala Editor