କ୍ୟାନସର ପୀଡ଼ିତ ପତ୍ନୀଙ୍କ ପାଇଁ ଋଷିକେଶ ଗଲେ ସିଦ୍ଧୁ
ପଞ୍ଜାବ ରାଜ୍ୟ କଂଗ୍ରେସର ପୂର୍ବତନ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ୩୪ ବର୍ଷ ପୁରୁଣା ମାମଲାରେ ୨୦୨୨ ମେ’ ମାସରୁ ପଟିଆଲା କେନ୍ଦ୍ରୀୟ ଜେଲରେ ବନ୍ଦୀ ଥିଲେ । ଜେଲ୍ରେ ପ୍ରାୟ ୧୦ ମାସ ରହିବା ପରେ ଗତ ଏପ୍ରିଲ ୨ ତାରିଖରେ ସେ ଜେଲ୍ରୁ ମୁକୁଳିଥିଲେ। ଏହା ପରେ ପରିବାର ସହିତ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ ପରିବାର ସହିତ ଋଷିକେଶ ଯାଇଥିବା ଜଣାପଡ଼ିଛି।
ଋଷିକେଶ ପରି ପବିତ୍ର ସ୍ଥାନରେ ବୁଡ଼ ପକାଇଥିବା ପତ୍ନୀ ଇଚ୍ଛା କରିଥିବା ବେଳେ ଏହାକୁ ପୂରଣ କରିଛନ୍ତି ସିଦ୍ଧୁ। ସିଦ୍ଧୁ ଜେଲ୍ରେ ଥିବା ବେଳେ ତାଙ୍କ ପତ୍ନୀ ନବଜୋତ କୌର ଷ୍ଟେଜ ୨ କ୍ୟାନସର ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ଏହାପରେ ତାଙ୍କର ଅସ୍ତ୍ରୋପଚାର ହୋଇଥିବା ବେଳେ ଗତ ଏପ୍ରିଲ ୨ ତାରିଖରେ ଜେଲ୍ରୁ ମୁକୁଳିଥିଲେ ସିଦ୍ଧୁ । ସ୍ୱାମୀ ପାଖରେ ନ ଥିବା ବେଳେ କ୍ୟାନସରରେ ପୀଡ଼ିତ ନବଜୋତ କୌର ସମ୍ପୂର୍ଣ୍ଣ ଭାଙ୍ଗ ପଡ଼ିଥଲେ। ହେଲେ ସ୍ୱାମୀ ଜେଲ୍ରୁ ମୁକୁଳିବା ପରେ ଋଷିକେଶରେ ବୁଡ଼ ପକାଇବାକୁ ନବଜୋତ କୌର ଇଚ୍ଛା ପ୍ରକଟ କରିଥିଲେ।
ପତ୍ନୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ପବିତ୍ର ଗଙ୍ଗା ଦଶହରା ଅବସରରେ ସିଦ୍ଧୁ ପରିବାର ସହ ଋଷିକେଶରେ ବୁଡ଼ ପକାଇଛନ୍ତି। ଏହାର ଫଟୋ ସିଦ୍ଧୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଥିବା ବେଳେ ଏହା ଖୁବ୍ ଭାଇରାଲ ହେଉଛି।
Powered by Froala Editor