Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ...

  • ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ...

  • ମିରଟ୍ ବ୍ଲୁ ଡ୍ରମ୍ ହତ୍ୟା ମାମଲା: ମୁସ୍କାନ ...

  • ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ...

  • ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ...

  • ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ...

  • କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ...

  • ଏକ ନୂଆ ଦଳ "ମଖି ଜନତା ପାର୍ଟି" : ୭୨ ଘଣ୍ଟା ...

  • ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌

  • ଆଗପଛ ହୋଇ ଚାଲିଗଲେ ୩ ଭାଈ: ମୋ ଭାଇ ମୋତେ ...

ରାଜ୍ୟ
Home ›› ରାଜ୍ୟ ›› ଏହି ୩ ଜିଲ୍ଲାକୁ ତମାଖୁ ନିୟନ୍ତ୍ରଣ ପାଇଁ ପୁରସ୍କୃତ କରିବେ ରାଜ୍ୟ ସରକାର

ଏହି ୩ ଜିଲ୍ଲାକୁ ତମାଖୁ ନିୟନ୍ତ୍ରଣ ପାଇଁ ପୁରସ୍କୃତ କରିବେ ରାଜ୍ୟ ସରକାର

2023-05-31 08:38:49
14346
Share:
Facebook
Twitter
E-Mail
WhatsApp
Telegram
 ଏହି ୩ ଜିଲ୍ଲାକୁ ତମାଖୁ ନିୟନ୍ତ୍ରଣ ପାଇଁ ପୁରସ୍କୃତ କରିବେ ରାଜ୍ୟ ସରକାର

ଭୁବନେଶ୍ବର: ମେ’ ୩୧ ତାରିଖ ହେଉଛି ବିଶ୍ବ ତମାଖୁ ବର୍ଜନ ଦିବସ। ତମାଖୁ ନିୟନ୍ତ୍ରଣ ସହିତ ବର୍ଜନ ପାଇଁ ରାଜ୍ୟ ସରକାର ୨ମାସିଆ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଯାହାକି ତମାଖୁ ନିରୋଧୀ ‘ୟୁଥ୍ କ୍ୟାମ୍ପେନ୍’ ଭାବେ ପରିଗଣିତ ହେବ। ସ୍କୁଲ, କଲେଜଠାରୁ ଆରମ୍ଭ କରି ଗ୍ରାମ ଓ ଏନ୍‌ଜିଓଙ୍କ ଜରିଆରେ ତମାଖୁର ପ୍ରବର୍ତ୍ତନ ବା ଏନ୍‌ଫୋର୍ସମେଣ୍ଟ ଓ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିମାନଙ୍କୁ ତମାଖୁ ବର୍ଜନ କେନ୍ଦ୍ରକୁ ପଠାଯିବ ବୋଲି ସୂଚନା ମିଳିଛି। ତମାଖୁ ବର୍ଜନ ସହିତ ଏହାର ଭୟାବହତା ସଂପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ବିଶ୍ବବ୍ୟାପୀ ଏହି ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କ ଅଧିକ ମାତ୍ରାରେ ତମାଖୁ ସେବନ କରୁଛନ୍ତି।

୨୦୦୯-୧୦ରେ ହୋଇଥିବା ବିଶ୍ବ ବୟସ୍କ ତମାଖୁ ସର୍ଭେ(ଜିଏଟିଏସ୍‌)ରେ ରାଜ୍ୟରେ ୪୬.୨ ପ୍ରତିଶତ ଏହି ବର୍ଗର ଲୋକ ତମାଖୁ ବ୍ୟବହାର କରୁଥିବା ବେଳେ ୨୦୧୬-୧୭ରେ ଏହା ୪୫.୬ ପ୍ରତିଶତ ରହିଥିଲା। ପ୍ରଥମ ଜିଏଟିଏସ୍‌ ସର୍ଭେରେ ଧୂମପାନ ୧୦.୩ ପ୍ରତିଶତ ଥିବା ବେଳେ ଦ୍ବିତୀୟ ସର୍ଭେରେ ଏହା ୭କୁ ଖସି ଆସିଥିଲା। ତମାଖୁ ସେବନ କରୁଥିବା ପୁରୁଷଙ୍କ ହାର ଏନ୍‌ଏଫ୍‌ଏଚ୍‌ଏସ୍‌-୩ରେ ୬୮.୮ ପ୍ରତିଶତ, ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ୫୫.୯ ଓ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଏହା ୫୧.୬ ପ୍ରତିଶତ ରହିଛି। ହେଲେ ମହିଳାଙ୍କ କ୍ଷେତ୍ରରେ ଏହି ହାର ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି।

ଏନ୍‌ଏଫ୍‌ଏଚ୍‌ଏସ୍‌-୩ରେ ୩୧.୪ ପ୍ରତିଶତ ମହିଳା ତମାଖୁ ସେବନ କରୁଥିବା ବେଳେ ଏନ୍‌ଏଫଏଚ୍‌ଏସ୍‌-୪‌ରେ ୧୭.୩ ଓ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ୨୬ ପ୍ରତିଶତରେ ପହଞ୍ଚିଛି। ଯଦି ବିଶ୍ବ ଯୁବ ତମାଖୁ ସର୍ଭେ (ଜିୱାଇଟିଏସ୍‌)-୨୦୧୯କୁ ବିଚାରକୁ ନିଆଯାଏ ତାହାଲେ ରାଜ୍ୟର ୬.୨ % ଯୁବପିଢ଼ି ତମାଖୁ ସେବନ କରୁଛନ୍ତି। ଏଥିରେ କେବଳ ଧୂମପାନ କରୁଥିବା ଯୁବକଙ୍କ ହାର ୫.୩ ପ୍ରତିଶତ ଥିବା ବେଳେ ଯୁବତୀଙ୍କ ହାର ରହିଛି ୩.୯ ପ୍ରତିଶତ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ରାଜ୍ୟରେ ତମାଖୁ ନିୟନ୍ତ୍ରଣ ପାଇଁ ବିଶ୍ବ ତମାଖୁ ବର୍ଜନ ଦିବସରୁ ‘ୟୁଥ୍ କ୍ୟାମ୍ପେନ୍’ ଆରମ୍ଭ ହେବା ସହିତ ଜୁଲାଇ ୩୧ରେ ଶେଷ ହେବ। ଏହାକୁ ସଫଳ କରିବା ପାଇଁ ପୁଲିସ, ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ସୂଚନା ଓ ଲୋକସଂପର୍କ ବିଭାଗ ସହିତ ଆଲୋଚନା କରାଯିବ।

ଚଳିତବର୍ଷ ପୁରୀ ଜିଲ୍ଲା ପ୍ରଶାସନ ରେକର୍ଡ ସଂଖ୍ୟକ ୨୩ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ କରିଥିଲା। ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା ତମାଖୁ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ତେଣୁ ଏହି ୩ଟି ଜିଲ୍ଲାକୁ ତମାଖୁ ନିୟନ୍ତ୍ରଣ ପାଇଁ ପୁରସ୍କୃତ କରାଯିବ। ଅପରପକ୍ଷରେ ସର୍ବସାଧାରଣ ସ୍ଥାନରେ ଧୂମପାନ, ବିଦ୍ୟାଳୟ ନିକଟରେ ତମାଖୁ ବିକ୍ରି ଓ ୧୮ବର୍ଷରୁ କମ୍ ବୟସର ପିଲା ଧୂମପାନ ପାଇଁ ଜରିମାନା ବଢ଼ାଇବା ଉପରେ ଗୁରୁତ୍ବ ଦିଆଯାଉଛି। କେନ୍ଦ୍ର ସରକାରଙ୍କ ସିଗାରେଟ୍ ଓ ଅନ୍ୟ ତମାଖୁ ଉତ୍ପାଦ ଆଇନ (କୋଟ୍‌ପା) ଅଧୀନରେ ଏହା ସମ୍ଭବ ନ ଥିବାରୁ ରାଜ୍ୟ ସରକାର ନିଜସ୍ବ ଏକ ଜନସ୍ବାସ୍ଥ୍ୟ ଆଇନ ଆଣିବାକୁ ବିଚାର କରୁଛନ୍ତି। ଗତ ୨୮ ତାରିଖରେ ହୋଇଥିବା ବୈଠକରେ ଏ ସଂପର୍କରେ ଆଲୋଚନା ହେବା ସହିତ କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟକୁ ବୈଷୟିକ ସହାୟତା ପ୍ରଦାନ କରିବା ଲାଗି ଅନୁରୋଧ କରାଯାଇଛି। ଯଦି ଏହା ସଫଳ ହୁଏ ତାହାଲେ ରାଜ୍ୟରେ ଧୂମପା-ତମାଖୁ ସେବନ ଉପରେ ଜରିମାନା ପରିମାଣ ବୃଦ୍ଧି ପାଇବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

Powered by Froala Editor

Tags world no tobacco day

Related articles Odisha News Lens 4.1

  • କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର
    ଦେଶ-ଦେଶାନ୍ତର

    କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର

    13882
    Oct 14, 2026
  • ଏକ ନୂଆ ଦଳ
    ଦେଶ-ଦେଶାନ୍ତର

    ଏକ ନୂଆ ଦଳ "ମଖି ଜନତା ପାର୍ଟି" : ୭୨ ଘଣ୍ଟା ମଧ୍ୟରେ ୪ ମିଲିୟନରୁ ଅଧିକ ଭ୍ୟୁ

    15471
    Oct 14, 2026
  • ମିରଟ୍ ବ୍ଲୁ ଡ୍ରମ୍ ହତ୍ୟା ମାମଲା: ମୁସ୍କାନ ରସ୍ତୋଗୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ
    ଅପରାଧ

    ମିରଟ୍ ବ୍ଲୁ ଡ୍ରମ୍ ହତ୍ୟା ମାମଲା: ମୁସ୍କାନ ରସ୍ତୋଗୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

    15177
    Oct 15, 2026
  • ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ
    ଦେଶ-ଦେଶାନ୍ତର

    ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

    15616
    Oct 14, 2026
  • ଆଗପଛ ହୋଇ ଚାଲିଗଲେ ୩ ଭାଈ: ମୋ ଭାଇ ମୋତେ ଡାକୁଛି...
    ଦେଶ-ଦେଶାନ୍ତର

    ଆଗପଛ ହୋଇ ଚାଲିଗଲେ ୩ ଭାଈ: ମୋ ଭାଇ ମୋତେ ଡାକୁଛି...

    14068
    Oct 14, 2026
  • ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ଜୀବନ
    ଦେଶ-ଦେଶାନ୍ତର

    ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ଜୀବନ

    14950
    Oct 14, 2026
  • ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍
    ଦେଶ-ଦେଶାନ୍ତର

    ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍

    14902
    Oct 15, 2026
  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି
    ଦେଶ-ଦେଶାନ୍ତର

    ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13487
    Oct 15, 2026
  • ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌
    ଦେଶ-ଦେଶାନ୍ତର

    ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌

    14009
    Oct 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ମିରଟ୍ ବ୍ଲୁ ଡ୍ରମ୍ ହତ୍ୟା ମାମଲା: ମୁସ୍କାନ ରସ୍ତୋଗୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

    15177
    Oct 15, 2026
  • ଦେଶ-ଦେଶାନ୍ତର

    ଏକ ନୂଆ ଦଳ "ମଖି ଜନତା ପାର୍ଟି" : ୭୨ ଘଣ୍ଟା ମଧ୍ୟରେ ୪ ମିଲିୟନରୁ ଅଧିକ ଭ୍ୟୁ

    15471
    Oct 14, 2026
  • ଦେଶ-ଦେଶାନ୍ତର

    ଆଗପଛ ହୋଇ ଚାଲିଗଲେ ୩ ଭାଈ: ମୋ ଭାଇ ମୋତେ ଡାକୁଛି...

    14068
    Oct 14, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17181
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17874
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17824
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18244
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14582
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14687
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15691
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14365
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    16101
    Sep 23, 2026

ବାଣିଜ୍ୟ

BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

ଭାରତୀୟ ଶେୟାର ବଜାରରେ ଜୋରଦାର ଉତ୍ସାହ ଦେଖିବାକୁ ମିଳିଛି। BSE ସେନ୍‌ସେକ୍ସ ଓ NSE ନିଫ୍ଟି ୫୦ ଉଭୟ ୧ ପ୍ରତିଶତରୁ ଅଧିକ ବୃଦ୍ଧି ସହ କାରବାର ଶେଷ କରିଛନ୍ତି। କାରବାର ଶେଷରେ BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବା ୧.୫୪ ପ୍ରତିଶତ ବୃଦ୍ଧି ପାଇ ୭୩,୦୩୩.୭୮ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି NSE ନିଫ୍ଟି ୫୦ ୩ ...

  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15095
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15805
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    15032
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15563
    Oct 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଗପଛ ହୋଇ ଚାଲିଗଲେ ୩ ଭାଈ: ମୋ ଭାଇ ମୋତେ ଡାକୁଛି...

    14068
    Oct 14, 2026
  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13487
    Oct 15, 2026
  • ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

    15616
    Oct 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In