ଗଙ୍ଗାରେ ମେଡାଲ ଭସାଇଲେନି କୁସ୍ତିଯୋଦ୍ଧା
ଦେଶ ପାଇଁ ଅଲିମ୍ପିକ୍ସ ଓ ରେସଲିଂ ଭଳି ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଥିବା ମହିଳା ରେସଲରମାନେ ହରିଦ୍ୱାରର ଗଙ୍ଗା ଘାଟରେ ବସି କାନ୍ଦିଛନ୍ତି। ସେମାନେ ଦେଶ ପାଇଁ ପଦକ ଜିତିଥିବା ବେଳେ ଏବେ ନ୍ୟାୟ ପାଇଁ ସେଗୁଡ଼ିକୁ ଗଙ୍ଗା ନଦୀରେ ଭସାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଚାଷୀ ନେତା ନରେଶ ଟିକାୟତ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ । ସେମାନଙ୍କଠାରୁ ମେଡାଲ ନେଇ ନିଜ ପାଖରେ ରଖିଥିଲେ । ପାଞ୍ଚ ଦିନ ମଧ୍ୟରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନରେଶ ଟିକାୟତ ।
ସେପଟେ ଜନ୍ତରମନ୍ତରରେ ୧୪୪ ଧାରା ଲାଗୁ ପରେ ଇଣ୍ଡିଆ ଗେଟ ଆଗରେ ଅନଶନ କରିବାକୁ ଘୋଷଣା କରିଛନ୍ତି ରେସଲର । ରେସଲର ସଂଘ ସଭାପତି ବ୍ରିଜଭୂଷଣ ସରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି ଦିଲ୍ଲୀ ପୋଲିସର ଜୁଲମ ପରେ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି କୁସ୍ତିଯୋଦ୍ଧା ।
Powered by Froala Editor