ବାଇକ - ହାଇୱା ମୁହାଁମୁହିଁ ଧକ୍କା: ଦୁଇ ମୃତ

ନୂଆପଡା: ଜୋଙ୍କ ଥାନା ଡୁମେରବାହାଲ ପାଖରେ ବାଇକ ଓ ହାଇୱା ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇ ଶାଳୀ ଓ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକମାନେ କୃତିକା କ୍ଷେତ୍ରପାଲ ଓ କମଲେସ ମହାନନ୍ଦ।
ପଲସାଗୁଡା ଗ୍ରାମର କମଲେସ ମହାନନ୍ଦ ନିଜ ଶାଳୀ କୃତିକାଙ୍କୁ ବାଇକରେ ବସାଇ ନନ୍ଦପୁରକୁ ଛାଡିବାକୁ ଯାଉଥିଲେ। ଜୋଙ୍କ ଥାନା ଅନ୍ତର୍ଗତ ଡୁମେରବାହାର ନିକଟରେ ଏକ ହାଇଓ୍ବା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କୃତିକାଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ କମଳେସଙ୍କୁ ନୂଆପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
Powered by Froala Editor