୨୦୦୦ ଟଙ୍କିଆ ଜମା କରିବାକୁ ଆସିଥିଲେ ବ୍ୟାଙ୍କ, ଧରା ପଡିଲେ ୨ ନକ୍ସଲ

ନୂଆଦିଲ୍ଲୀ: ଜଙ୍ଗଲରେ ବୁଲୁଛି ଦୁଇ ହଜାର ଟଙ୍କା ନୋଟ୍ । ନୋଟ ପ୍ରତ୍ୟାହାର ନେଇ ଆରବିଆଇର ନିଷ୍ପତ୍ତି ପରେ ଚିନ୍ତାରେ ପଡିଛନ୍ତି ମାଓବାଦୀ । ବ୍ୟାଙ୍କରେ ପ୍ରାୟ ୮ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ଜମା କରିବାକୁ ଆସିଥିବା ବେଳେ ଧରା ପଡିଛନ୍ତି ଦୁଇ ଜଣ ନକ୍ସଲ । ମାଓବାଦୀ ପ୍ରଭାବିତ ଛତିଶଗଡ଼ ବିଜାପୁର ଜିଲ୍ଲାରୁ ଆସିଛି ଏହି ଖବର ।
ଗତ ୨୫ ତାରିଖରେ ବିଜାପୁର ଥାନା ପୁଲିସ ଓ ଡିଆରଜି ଯବାନ ଯାଞ୍ଚ କରୁଥିବା ବେଳେ ବାଇକ୍ରେ ଆସୁଥିବା ୨ଜଣ ବ୍ୟକ୍ତି ପଳାଇ ଯିବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ କାବୁ କରି ପୁଲିସ ପଚରା ଉଚରା କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା । ସେମାନଙ୍କ ଠାରୁ ୬ଲକ୍ଷ ଟଙ୍କାର ୩ ବଣ୍ଡଲ୍ ୨୦୦୦ ଟଙ୍କିଆ ନୋଟ୍ ଜବତ କରାଯାଇଥିଲା । ଏହା ସହ ବିଭିନ୍ନ ବ୍ୟାଙ୍କର ୧୧ଟି ପାସ୍ ବୁକ୍ ଓ ମାଓବାଦୀ ସଂଗଠନର ପାମ୍ପଲେଟ୍ ଜବତ କରାଯାଇଛି ।
ସେମାନଙ୍କୁ ମାଓ କମାଣ୍ଡର ମିଲ୍ଲେଶ ୮ ଲକ୍ଷ ଟଙ୍କାର ୨ହଜାର ଟଙ୍କିଆ ନୋଟ୍ ଜମା କରିବାକୁ ପଠାଇଥିବା ସୂଚନା ମିଳିଛି । ପରିଚୟ ଥିବା ବ୍ୟକ୍ତିଙ୍କ ଭିନ୍ନ ଭିନ୍ନ ଆକାଉଣ୍ଟରେ ଏହି ଟଙ୍କା ଜମା କରିବାକୁ କୁହାଯାଇଥିଲା । ପୂର୍ବରୁ ସେମାନେ ୧ ଲକ୍ଷ ୮୬ ହଜାର ଟଙ୍କା ବ୍ୟାଙ୍କରେ ଜମା କରି ସାରିଥିବା ସୂଚନା ମିଳିଛି ।
Powered by Froala Editor