କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ: କେଜ୍ରିୱାଲ
କେନ୍ଦ୍ର ସରକାର ଶୁକ୍ରବାର ଜାରି କରିଥିବା ଅଧ୍ୟାଦେଶକୁ ଆପ୍ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ସମାଲୋଚନା କରିଛନ୍ତି। ଅଧ୍ୟାଦେଶ ଦ୍ୱାରା କେନ୍ଦ୍ର ସରକାର ଦିଲ୍ଲୀର ପୋଷ୍ଟିଂ ଓ ବଦଳି ଦାୟିତ୍ୱ ଉପ ରାଜ୍ୟପାଳଙ୍କୁ ଦେଇଛନ୍ତି। ଏପରି କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅପମାନିତ କରିଛନ୍ତି। ଏହାକୁ ତାଙ୍କ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ବୋଲି କେଜ୍ରିୱାଲ ସୂଚନା ଦେଇଛନ୍ତି।
ଅରବିନ୍ଦ କେଜ୍ରିୱାଲ କହିଛନ୍ତି, “ଯେଉଁ ଦିନ ଏହି ଆଦେଶ ଆସିଲା, ସେହି ଦିନ ସେମାନେ(କେନ୍ଦ୍ର) ଭାବିଥିଲେ ଯେ ଏକ ନିୟମ ଆଣି ଏହାକୁ ରଦ୍ଦ କରାଯିବ। ସେମାନେ କୋର୍ଟ ବନ୍ଦ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ସେମାନେ କୋର୍ଟ ବନ୍ଦ ହେବା ଯାଏଁ କାହିଁକି ଅପେକ୍ଷା କରିକି ଥିଲେ ? ସେମାନେ ଜାଣିଥିଲେ ଯେ ଏହା ଏକ ଅସାମ୍ବିଧାନିକ ନିୟମ ।
କେଡ୍ରିୱାଲ ଆହୁରି କହିଛନ୍ତି, “ଏହି ଲୋକମାନେ ମଧ୍ୟ ଜାଣନ୍ତି ଯେ ଏହି ଅଧ୍ୟାଦେଶ କୋର୍ଟରେ ୫ମିନିଟ ଚାଲିବ ନାହିଁ। ଦିଲ୍ଲୀର ଜନତା ଓ ଗଣତନ୍ତ୍ର ପାଇଁ ଏହା ଏକ ପରିହାସ। ଏଥିରୁ ଜଣାପଡୁଛି ଯେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ସିଧାସଳଖ ଆହ୍ୱାନ ଦେଉଛନ୍ତି। ସୁପ୍ରିମକୋର୍ଟଙ୍କୁ ଏମାନେ ଆହ୍ୱାନ ଦେଉଛନ୍ତି ଯେ ଯେ ଆପଣ ଯାହା ବି ଆଦେଶ ଦିଅନ୍ତୁ, ଆମେ ଏକ ନିୟମ ଆଣି ଏହାକୁ ଓଲଟାଇ ଦେବୁ ।
କିଛି ଦିନ ତଳେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଦିଲ୍ଲୀର ପ୍ରଶାସନିକ ଅଦଳବଦଳ ଓ ନିଯୁକ୍ତି ନିର୍ବାଚିତ ସରକାରଙ୍କର ବୋଲି ରାୟ ଦେଇଥିଲେ। କିନ୍ତୁ କେନ୍ଦ୍ର ସରକାର ଶୁକ୍ରବାର ଅଧ୍ୟାଦେଶ ଦ୍ୱାରେ ଟ୍ରାନ୍ସଫର ଓ ପୋଷ୍ଟିଂ ଦାୟିତ୍ୱ ନ୍ୟାଶନାଲ କ୍ୟାପିଟାଲ ସିଭିଲ ସର୍ଭିସ ଅଥୋରିଟିର ବୋଲି କହିଥିଲେ। ସୁପ୍ରିମ୍କୋର୍ଟଙ୍କ ଏହି ରାୟ କେଜ୍ରିୱାଲଙ୍କ ଆପ୍ ସରକାର ପାଇଁ ବହୁତ ବଡ଼ ବିଜୟ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପାଇଁ ଝଟ୍କା ସାବ୍ୟସ୍ତ ହୋଇଥିଲା।
Powered by Froala Editor