ପୁଲିସ ମେସରୁ ୩୦୦ କିଲୋ ଓଜନର ତୋପ ଚୋରି
ପଞ୍ଜାବରେ ପୁଲିସ ଅଧିକାରୀଙ୍କ ନାକ ତଳୁ ୩୦୦ କିଲୋ ଓଜନର ତୋପ ଚୋରି କରିଦେଇଛନ୍ତି ଚୋର। ଏ ଖବର ପ୍ରସାର ହେବା ପରେ ହଇଚଇ ସୃଷ୍ଟି ହୋଇଛି । ହି ଘଟଣା ପଞ୍ଜାବ ପୁଲିସ ଅଫିସର୍ସ ମେସରେ ଘଟିଛି। ଏହି ଘଟଣା କେବଳ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇନାହିଁ, ବରଂ ଚୋରମାନଙ୍କ ସାହସ କେତେ ଅଧିକ ତାହା ଉପରେ ମଧ୍ୟ ଆଲୋଚନା ଚାଲିଛି। ଘଟଣାଟି ମେ’ ୫ର ମଧ୍ୟରାତ୍ରିରେ ଘଟିଥିବା ବେଳେ କିଭଳି ଭାବେ ଚୋର ଏତେ ଓଜନ ବିଶିଷ୍ଟ ତୋପକୁ ଚୋରି କଲେ, ତା’ର ଉତ୍ତର ଖୋଜୁଛି ପୁଲିସ।
୩ଫୁଟ ଲମ୍ବ ଏବଂ ୩୦୦କିଲୋଗ୍ରାମ ବିଶିଷ୍ଟ ଏହି ତୋପ ଶୁଦ୍ଧ ପିତ୍ତଳରେ ନିର୍ମିତ ହୋଇଥିଲା। ମେ ୧୭ରେ, ପଞ୍ଜାବ ସଶସ୍ତ୍ର ପୁଲିସର ୮୨ତମ ବାଟାଲିୟନର କମାଣ୍ଡାଣ୍ଟ ବଲୱିନ୍ଦର ସିଂଙ୍କ ଅଭିଯୋଗ ପରେ ଏକ ଏଫଆଇଆର ପଞ୍ଜୀକୃତ ହୋଇ ଘଟଣାର ତଦନ୍ତ ଚାଲିଛି।
ଖବର ଅନୁଯାୟୀ, ଚଣ୍ଡିଗଡ଼ର ସେକ୍ଟର- ୧ରେ ଥିବା ପଞ୍ଜାବ ଆର୍ମଡ ପୁଲିସ (ପିଏପି)ର ଅଫିସର୍ସ ମେସ ପଞ୍ଜାବର ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି ମନେ କରାଯାଏ। ହେଲେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥାଇ ମଧ୍ୟ ରାତି ଅଧରେ ଚୋରମାନେ ୩୦୦ କିଲୋଗ୍ରାମର ତୋପ ଚୋରାଇନେବା ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛି।
Powered by Froala Editor