ଅବସର ବେଳେ କାନ୍ଦି ପକାଇଲେ ବିଚାରପତି : ଗାଇଲେ ‘କାଲ ଖେଲ ମୈ ହମ ହୋ ନା ହୋ, ଗର୍ଦ୍ଦିଶ ମେ ତାରୋ ରହେଙ୍ଗେ ସଦା…’
ଅବସର ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ.ଆର.ଶାହା । ଜଷ୍ଟିସ୍ ଶାହା ପରମ୍ପରା ମୁତାବକ ସିଜେଆଇ ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ସହିତ ଖଣ୍ଡପୀଠରେ ବସିଥିଲେ। ଏହି ଅବସରରେ ଜଷ୍ଟିସ ଏମ.ଆର.ଶାହାଙ୍କୁ ଅନେକ ଓକିଲ ଭୁରିଭୁରି ପ୍ରଶଂସା କରିଥିଲେ। ଜଷ୍ଟିସ ଏମ.ଆର ଶାହଙ୍କ କାର୍ଯ୍ୟକାଳ ନିଜ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ବେଶ୍ ଭାବପ୍ରବଣ ହୋଇଯାଇଥିଲେ। ସମ୍ବର୍ଦ୍ଧନା ସଭାରେ ହିନ୍ଦୀ ସିନେମା ଗୀତ ଗାଇଥିଲେ। ‘ମେରା ନାମ ଜୋକର’ ସିନେମାର ଗୀତ, ‘କାଲ ଖେଲ ମୈ ହମ ହୋ ନା ହୋ, ଗର୍ଦ୍ଦିଶ ମେ ତାରୋ ରହେଙ୍ଗେ ସଦା…’। ଏହି ଗୀତ ଗାଉଥିବା ବେଳେ ବିଚାରପତିଙ୍କ ଆଖିରେ ଲୁହରେ ଭରି ଯାଇଥିଲା।
ଜଷ୍ଟିସ ଶାହ କହିଥିଲେ, ମୁଁ ଅଧିକ ଭାବୁକ ହୋଇଗଲେ ବା କାନ୍ଦିବା ଆରମ୍ଭ କରିଦେଲେ ମୋତେ କ୍ଷମା କରି ଦେବେ। ଆପଣମାନେ ସମସ୍ତେ ମୋତେ ଏକ ପରିବାର ସଦସ୍ୟ ଭାବେ ଗ୍ରହଣ କରି ମୋତେ ସହଯୋଗ କରିଛନ୍ତି। ପ୍ରଧାନ ବିଚାରପତି ମୋତେ ଜଣେ ଭାଇ ଭାବେ ପ୍ରୋତ୍ସାହିତ କରିଛନ୍ତି ଓ ମୁଁ ତାଙ୍କ ନିକଟରୁ ବହୁତ କିଛି ଶିଖିବାକୁ ପାଇଛି।
ସୁପ୍ରିମକୋର୍ଟରେ ସବୁଠୁ ଅଧିକ ମାମଲାର ରାୟ ପ୍ରକାଶ କରିଥିବା ବିଚାରପତିଙ୍କ ତାଲିକାରେ ସାମିଲ ଅଛି ଜଷ୍ଟିସ୍ ଏମ.ଆର ଶାହଙ୍କ ନାମ। ଗତ ୪ ବର୍ଷରେ ସେ ପ୍ରାୟ ୭୧୨ ମାମଲାର ରାୟ ପ୍ରକାଶ କରିଛନ୍ତି।
Powered by Froala Editor