ଟ୍ୱିଟର ନୂଆ ସିଇଓ ହେଲେ ଲିଣ୍ଡା ୟାକ୍କାରିନୋ, ଗତମାସରେ ନେଇଥିଲେ ଏଲନ୍ଙ୍କ ଇଣ୍ଟରଭ୍ୟୁ
ଟ୍ୱିଟର ନୂଆ ସିଇଓ ହୋଇଛନ୍ତି ଲିଣ୍ଡା ୟାକ୍କାରିନୋ। ଏନେଇ ଟ୍ବିଟର ମାଲିକ ଏଲନ ମସ୍କ ସୂଚନା ଦେଇଛନ୍ତି। ସେ ଟ୍ୱିଟର‘ର ନୂଆ ସିିଇଓଙ୍କୁ ସ୍ୱାଗତ କରୁଥିବା ନେଇ ଟ୍ବିଟ କରିଛନ୍ତି । ଏଲନ୍ ମସ୍କ ନିଜେ ସିଇଓ ପଦରୁ ଇସ୍ତଫା ଦେବା ପରେ ଟ୍ୱିଟରର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂମିକା ତୁଲାଇବେ ବୋଲି ଜଣାପଡିଛି।
ଲିଣ୍ଡା ପେନ୍ ଷ୍ଟେଟ୍ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ। ସେ ଲିବେରାଲ ଆର୍ଟସ୍ ଏବଂ ଟେଲିକମ୍ୟୁନିକେସନ୍ ପଢ଼ୁଥିଲେ । ଲିଣ୍ଡା ୧୯ ବର୍ଷ ଧରି ଟର୍ଣ୍ଣର ଏଣ୍ଟରଟେନ୍ମେଣ୍ଟରେ କାର୍ୟ୍ୟ କରିବାର ଅଭିଜ୍ଞତା ମଧ୍ୟୟ ରଖିଛନ୍ତି । ଏଥି ସହିତ ଲିଣ୍ଡା ୟାକ୍କାରିନୋ ପ୍ରାୟ ୧୦ ବର୍ଷ ହେବ NBCUniversalର ସିଇଓ ପଦବୀରେ ଦାୟିତ୍ୱ ତୁଲାଇ ଆସୁଛନ୍ତି।
ଲିଣ୍ଡା ଗତମାସରେ ମିଆମିଠାରେ ଆୟୋଜିତ ଏକ ବିଜ୍ଞାପନ ସମ୍ମିଳନୀରେ ଏଲନ୍ ମସ୍କଙ୍କ ଇଣ୍ଟରଭ୍ୟୁ ନେଇଥିଲେ । ଯାହାକି ଖୁବ୍ ଚର୍ଚ୍ଚାର ବିଷୟ ହୋଇଥିଲା ।
Powered by Froala Editor