ଜେଲ୍ରୁ ମୁକୁଳିଲେ ଆନନ୍ଦ ମୋହନ, ପୋଷ୍ଟର ଧରି ଜେଲ ଆଗରେ ଭିଡ଼ ଜମାଇଲେ ସମର୍ଥକ
ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ବିହାରର ପୂର୍ବତନ ସାଂସଦ ଆନନ୍ଦ ମୋହନ ଜେଲ୍ରୁ ମୁକୁଳିଛନ୍ତି। ୧୪ବର୍ଷ ପରେ ଜେଲରୁ ମୁକୁଳିଛନ୍ତି ପୂର୍ବତନ ସାଂସଦ । ସକାଳୁ ସକାଳୁ ଆନନ୍ଦଙ୍କ ସମର୍ଥକ ପୋଷ୍ଟର, ବ୍ୟାନର ଧରି ଜେଲ ଆଗରେ ଭିଡ଼ ଜମାଇଥିଲେ । ମାତ୍ର ଏହାପୂର୍ବରୁ ହିଁ ଆନନ୍ଦଙ୍କୁ ଜେଲରୁ ମୁକୁଳାଇ ଦିଆଯାଇଥିଲା ।
ତାଙ୍କୁ ମୁକ୍ତ କରିବା ଲାଗି ଏପ୍ରିଲ୍ ୧୦ ତାରିଖ ଦିନ ନୀତୀଶ କୁମାର ସରକାର କାରାଗାର ନିୟମ ସଂଶୋଧନ କରିଥିଲେ। ୨୭ଜଣ କଏଦୀଙ୍କ ସମେତ ଆନନ୍ଦ ମୋହନଙ୍କୁ ମୁକ୍ତ କରିବା ଲାଗି ଏପ୍ରିଲ୍ ୨୪ ତାରିଖ ସନ୍ଧ୍ୟା ବେଳେ ବିହାର ସରକାର ଔପଚାରିକ ଭାବେ ବିଜ୍ଞପ୍ତି ଜାରି କରିଥିଲେ।
୧୯୯୪ ଡିସେମ୍ବର ୪ ତାରିଖରେ ନିଜ ଦଳର ନେତାଙ୍କୁ ହତ୍ୟା ଓ ୫ ତାରିଖରେ ମୁଜଫରପୁରରେ ହିଂସାକୁ ଉକୁସାଇଥିଲେ ଆନନ୍ଦ ମୋହନ । ହିଂସା ସମୟରେ ଗୋପାଲଗଞ୍ଜର ତତ୍କାଳୀନ ଜିଲ୍ଲାପାଳ ଜି. କୃଷ୍ଣେୟାଙ୍କୁ ଗାଡ଼ି ଉପରେ ହମଲା ପରେ ତାଙ୍କୁ ଗୁଳି କରି ହତ୍ୟା କରିଦିଆଯାଇଥିଲା । ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆନନ୍ଦ ମୋହନଙ୍କୁ ଜେଲରୁ ମୁକ୍ତି ମିଳିଛି ।
Powered by Froala Editor