ମାମା’ ହେବେ ଇଲିଆନା : ବାପା କିଏ ପଚାରିଲେ ପ୍ରଶଂସକ?
ବଲିଉଡ ଅଭିନେତ୍ରୀ ଇଲିଆନା ଡି'କ୍ରୁଜ ଗର୍ଭଧାରଣ ଘୋଷଣା କରିଛନ୍ତି। ସେ ଗର୍ଭବତୀ ଥିବା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତେବେ ଅଭିନେତ୍ରୀ ତାଙ୍କ ଭବିଷ୍ୟତ ସନ୍ତାନର ପିତାଙ୍କ ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି।
ଇଲିଆନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗର୍ଭବତୀ ଥିବା ଘୋଷଣା କରିଛନ୍ତି। ସେ 'ମାମା' ନାମକ ଛୋଟ ପେଣ୍ଡେନର ଫଟୋ ସହିତ ଏକ ଶିଶୁ ରୋମ୍ପରର ଫଟୋ ସେୟାର କରିଥିଲେ। ଏହାକୁ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, 'ଶୀଘ୍ର ଆସିବ, ମୋର ଛୋଟ ଡାର୍ଲିଂ ତୁମକୁ ଭେଟିବାକୁ ଅପେକ୍ଷା କରିପାରୁ ନାହିଁ।'
ଇଲିଆନାଙ୍କ ଗର୍ଭଧାରଣ ଘୋଷଣା ପରେ, ତାଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଶିଶୁର ପିତାଙ୍କ ବିଷୟରେ ଜାଣିବାକୁ ବହୁତ ଉତ୍ସାହିତ ଅଛନ୍ତି ପ୍ରଶଂସକ। ଜଣେ ୟୁଜର୍ସ ଲେଖିଛନ୍ତି, ତୁମେ ବିବାହିତ କି? ବାପା କିଏ? ।
ଇଲିଆନା ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରେଇ ରହିଥିଲେ। କିନ୍ତୁ ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି । ଇଲିଆନା କିଛି ବର୍ଷ ପୂର୍ବେ ଆଣ୍ଡ୍ରିୟୁଙ୍କ ସହ ସମ୍ପର୍କରେ ଥିଲେ। ୨୦୧୯ ରେ ସେମାନଙ୍କର ବ୍ରେକଅପ୍ ହୋଇଥିଲା । ପରେ ଇଲିଆନା କ୍ୟାଟ୍ରିନାଙ୍କ ଭାଇ ସେବାଷ୍ଟିଆନଙ୍କୁ ଡେଟ କରୁଛନ୍ତି। ହେଲେ ଦୁହେଁ ବିବାହିତ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
Powered by Froala Editor