କରୋନାର XBB.1.16 ଭାରିଏଣ୍ଟ ଚିହ୍ନଟ
ଏବେ ନିଜର ରୂପ ବଦଳାଇବା ଆରମ୍ଭ କଲାଣି କରୋନା ଭାଇରସ। ନୂଆ କରି ଠାବ ହୋଇଥିବା କରୋନା ଭାଇରସର XBB.1.16 ଭାରିଏଣ୍ଟ ରୂପ ଲୋକଙ୍କୁ ସଂକ୍ରମିତ କରୁଛି। ଏଯାଏ ଭାରତରେ କରୋନାର ଏହି ସବ୍ ଟାଇପ ଭାରିଏଣ୍ଟ ଦ୍ୱାରା ୧୧୩ ଜଣ ସଂକ୍ରମିତ ହୋଇ ସାରିଲେଣି।
ଆଜି ଦେଶରେ ୬ ହଜାର ୧୫୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ କେସ୍ ସଂଖ୍ୟା ହୋଇଛି ୩୧ ହଜାର ୧୯୪ । ସେପଟେ ଦୈନିକ ପଜିଟିଭିଟି ହାର ରହିଛି ୫.୬୩ ପ୍ରତିଶତ । ଚଳିତ ସପ୍ତାହରେ ପଜିଟିଭିଟି ହାର ରହିଛି ୩.୪୭ ପ୍ରତିଶତ । ଗତକାଲି ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିଲେ ୬ ହଜାର ୫୦ ସଂକ୍ରମିତ । ଗତ ୨୪ ଘଣ୍ଟାରେ ଦେଶରେ ପ୍ରାଣ ହରାଇଛନ୍ତି ୯ ଜଣ । ଏହାସହ ଦେଶର ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୯୫୪ରେ ପହଞ୍ଚିଛି ।
୧୫ ମାସ ମଧ୍ୟରେ କେବଳ ଭାରତରୁ ଓମିକ୍ରନର ୪୦୦ ନୂଆ ସବ ଭାରିଏଣ୍ଟ ଠାବ ହୋଇସାରିଲାଣି। ଏହା ମଧ୍ୟରୁ ୯୦% ଭାରିଏଣ୍ଟ ହେଉଛି XBB ଶ୍ରେଣୀର। INSACOG ପୋର୍ଟାଲରେ ଏଯାଏ XXB.1.16.1କୁ ତାଲିକା ଭୁକ୍ତ କରାଯାଇନି। କିନ୍ତୁ ଏହି ଭାରିଏଣ୍ଟ ଭାରତରେ ଠାବ ହେବା ସହ ୧୧୩ ଜଣଙ୍କୁ ସଂକ୍ରମିତ କରି ସାରିଲାଣି।
Powered by Froala Editor