୨୪ କ୍ୟାରେଟ ଗୋଲ୍ଡ ଛାଉଣୀରେ ବେବି ବମ୍ପ
ନୀତା ମୁକେଶ ଅମ୍ବାନୀ କଲ୍ଚର ସେଣ୍ଟରର ଗାଲା ଇଭେଣ୍ଟରେ ନାମିଦାମୀ କଳାକାର ପହଞ୍ଚୁଛନ୍ତି । ସମସ୍ତେ ଏକସେ ବଡକର ଏକ ଆଉଟଫିଟରେ ନଜର ଆସୁଛନ୍ତି । ତେବେ ସବୁଠୁ ହଟ୍କେ ଆଉଟଫିଟ୍ରେ ଦେଖିବାକୁ ମିଳିଛି ସୁହାନୀ ପାରେଖଙ୍କୁ । ସୁହାନୀ ଜଣେ ଅଳଙ୍କାର ଡିଜାଇନର । ସେ ଏବେ ଗର୍ଭବତୀ ଅଛନ୍ତି । ତେଣୁ ସେ ନିଜକୁ ସୁନାର ଛାଉଣୀ କଲା ଭଳି ଆଉଟଫିଟ୍ ପିନ୍ଧିଛନ୍ତି ।
ସୁହାନୀ ପାରେଖ ଜଣେ ନାମିଦାମୀ ଜୁଏଲାରୀ ଡିଜାଇନର । ସେ ବର୍ତ୍ତମାନ ଗର୍ଭବତୀ ଥିବାରୁ ନିଜର ଲୁକକୁ ମଧ୍ୟ ନିଜ କ୍ରିଏଟିଭ ଅନୁସାରେ ଆହୁରି ଅଧିକ ସୁନ୍ଦର କରିଛନ୍ତି । ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି ଯେ, ସେ ଯାହା ବି ସବୁ ଅଳଙ୍କାର ଦ୍ୱାରା ନିଜର ଅଙ୍ଗକୁ ଅଚ୍ଛାଦିତ କରିଛନ୍ତି ତାହା ହେଉଛି ୨୪ କ୍ୟାରେଟ ସୁନାରେ ନିର୍ମିତ ।
୨୪ କ୍ୟାରେଟ ଗୋଲ୍ଡ ବେଲୀ ଆର୍ମର ଦ୍ୱାରା ସେ ଷ୍ଟାଇଲିସ କରି ନିଜ ବେବି ବମ୍ପଙ୍କୁ ଆଚ୍ଛାଦିତ କରିଛନ୍ତି । ପେଟକୁ ଢାଙ୍କୁଥିବା ସୁନାର କବଚ ସହିତ ୨୪ କ୍ୟାରେଟର ଗୋଲ୍ଡ ବ୍ଲାଉଜ ମଧ୍ୟ ସେ ପିନ୍ଧିଛନ୍ତି ।
Powered by Froala Editor