ଓଡ଼ିଶାରେ କାର୍ଯ୍ୟ କରିବେ ୫୨ ଏନଡିଆରଏଫ ଟିମ

ଭୁବନେଶ୍ୱର: ବାତ୍ୟା ୟଶ ଧୀରେ ଧୀରେ ମାଡ଼ି ଆସୁଛି । ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ତେବେ ବାତ୍ୟା ପୂର୍ବ ଓ ପରବର୍ତ୍ତୀ ଅବସ୍ଥାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଓଡ଼ିଶାରେ ମୋଟ ୫୨ ଏନଡିଆରଏଫ ଟିମ କାର୍ଯ୍ୟ କରିବେ ବୋଲି ଜଣାଯାଇଛି । ସେହିପରି ପଶ୍ଚିମବଙ୍ଗ ପାଇଁ ୩୫ଟି ଏନଡିଆରଏଫ ମୁତୟନ ହେବେ । ଅବଶିଷ୍ଟ ଟିମ ଆନ୍ଧ୍ର ଓ ଆଣ୍ଡାମାନ ଓ ନିକୋବର ଦାୟିତ୍ୱରେ ରହିବେ ବୋଲି ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି ।
ପ୍ରକାଶ ଯେ, ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ପୂର୍ବକେନ୍ଦ୍ରୀୟ ବଙ୍ଗୋପସଗାରରେ ବାତ୍ୟାର ରୂପ ନେଇଛି । ପାରାଦୀପ ଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବକୁ ୫୪୦ କିମି ଦୂରରେ ବାତ୍ୟା ‘ୟଶ’ର ଅବସ୍ଥିତି ରହିଛି । ସେହିପରି ବାଲେଶ୍ୱରରୁ ଦକ୍ଷିଣ ଦକ୍ଷିଣ-ପୂର୍ବର ୬୫୦ କିମି ଦୂରରେ ରହିଛି । ଦୀର୍ଘ ଠାରୁର ୬୩୦ ଦକ୍ଷିଣ ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବ । ୨୬ ତାରିଖ ଭୋର ସୁଦ୍ଧା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ୨୬ ତାରିଖ ମଧ୍ୟାହ୍ନରେ ଅତି ଭୀଷଣ ବାତ୍ୟା ରୂପ ନେଇ ଲ୍ୟାଣ୍ଡଫଲ ହେବ । ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।
ଲ୍ୟାଣ୍ଡଫଲର ପୂର୍ବ ଓ ପର ୬ଘଣ୍ଟାରେ ବାତ୍ୟାର ଅଧିକ ପ୍ରଭାବ ପଡ଼ିବ ବୋଲି ଜଣାଯାଇଛି । ଲ୍ୟାଣ୍ଡଫଲବେଳେ ପ୍ରବଳ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିପାରେ । ପବନର ବେଗ ଯାହା ଏଥିରେ ବଡ଼ ବଡ଼ ଗଛ ଉପୁଡ଼ିପାରେ । ଆଜବେଷ୍ଟସ, କଚ୍ଚା ଓ ଟିଣ ଘର ଭାଙ୍ଗିବାର ସମ୍ଭାବନା ରହିଛି । ପବନରେ ବିଦୁ୍ୟତ ଖୁଣ୍ଟ ଉପୁଡ଼ିବା ସହ କ୍ଷତି ଘଟାଇବ । ଏହା ଉପକୂଳ ଅତିକ୍ରମ କରିବା ବେଳେ ପବନ ୧୫୫ରୁ ୧୬୫ କିମି ବେଗରେ ପ୍ରବାହିତ ହେବ । ବେଳେବେଳେ ପବନର ବେଗ ୧୮୫ କିମି ବି ଛୁଇଁବାର ସମ୍ଭାବନା ରହିଛି । ବାତ୍ୟାର ପ୍ରଭାବରେ ୨୫ ସଂଧ୍ୟାରୁ ଉତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ବି ବର୍ଷା ହେବ । ୨୬ରେ ଉତର ଓଡ଼ିଶା ଜିଲ୍ଲାଗୁଡିକରେ ଅଧିକ ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଛି । ୨୪ ସଂଧ୍ୟା ପରେ ୪୦ରୁ ୫୦ କିମି ବେଗରେ ପବବ ବୋହିବ । ୨୫ରୁ ପବନର ବଗେ ବଢିବ । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ । କେତେକ ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆଇଏମଡ଼ି ନିଦେ୍ର୍ଧଶକ ଡକ୍ଟର ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ।
ବାତ୍ୟା ଦ୍ୱାରା ମୁଖ୍ୟତଃ ୫ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।
Powered by Froala Editor