ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟଶ

ଭୁବନେଶ୍ୱର: ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ପୂର୍ବକେନ୍ଦ୍ରୀୟ ବଙ୍ଗୋପସଗାରରେ ବାତ୍ୟାର ରୂପ ନେଇଛି । ବଙ୍ଗୋପସାଗରରେ ସକାଳ ୫ଟା ୩୦ରେ ବାତ୍ୟାର ରୂପ ନେଇଛି । ଗତ ୬ଘଣ୍ଟାରେ ଏହା ସମୁଦ୍ର ଭିତରେ ଅତିକ୍ରମ କରିନାହିଁ । ଏବେ ଠାରୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ତେବେ ଗତକାଲି ଏହା ୨୬ ତାରିଖ ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ ବୋଲି କୁହାଯାଉଥିଲେ ହେଁ ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ୟଶ ଲ୍ୟାଣ୍ଡଫଲ କରିବ ବୋଲି ଜଣାଯାଇଛି । ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି । ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ।
ପ୍ରକାଶ ଯେ, ଲ୍ୟାଣ୍ଡଫଲର ପୂର୍ବ ଓ ପର ୬ଘଣ୍ଟାରେ ବାତ୍ୟାର ଅଧିକ ପ୍ରଭାବ ପଡ଼ିବ ବୋଲି ଜଣାଯାଇଛି । ଲ୍ୟାଣ୍ଡଫଲବେଳେ ପ୍ରବଳ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିପାରେ । ପବନର ବେଗ ଯାହା ଏଥିରେ ବଡ଼ ବଡ଼ ଗଛ ଉପୁଡ଼ିପାରେ । ଆଜବେଷ୍ଟସ, କଚ୍ଚା ଓ ଟିଣ ଘର ଭାଙ୍ଗିବାର ସମ୍ଭାବନା ରହିଛି । ପବନରେ ବିଦୁ୍ୟତ ଖୁଣ୍ଟ ଉପୁଡ଼ିବା ସହ କ୍ଷତି ଘଟାଇବ । ଏହା ଉପକୂଳ ଅତିକ୍ରମ କରିବା ବେଳେ ପବନ ୧୫୫ରୁ ୧୬୫ କିମି ବେଗରେ ପ୍ରବାହିତ ହେବ । ବେଳେବେଳେ ପବନର ବେଗ ୧୮୫ କିମି ବି ଛୁଇଁବାର ସମ୍ଭାବନା ରହିଛି । ବାତ୍ୟାର ପ୍ରଭାବରେ ୨୫ ସଂଧ୍ୟାରୁ ଉତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ବି ବର୍ଷା ହେବ । ୨୬ରେ ଉତର ଓଡ଼ିଶା ଜିଲ୍ଲାଗୁଡିକରେ ଅଧିକ ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଛି । ୨୪ ସଂଧ୍ୟା ପରେ ୪୦ରୁ ୫୦ କିମି ବେଗରେ ପବବ ବୋହିବ । ୨୫ରୁ ପବନର ବଗେ ବଢିବ । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ । କେତେକ ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆଇଏମଡ଼ି ନିଦେ୍ର୍ଧଶକ ଡକ୍ଟର ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ।
Powered by Froala Editor